Odisha news

ନରକ ଚତୁର୍ଦଶୀ ରେ କରି ନିଅନ୍ତୁ ଏହି ୪ ଟି କାମ , ମା ଲକ୍ଷ୍ମୀ ହୋଇଯିବେ ପ୍ରସନ୍ନ ଓ ଧନ ସମ୍ପତି ରେ ଭରିଯିବ ଘର

0

ହାଲୁକା ହାଲୁକା ଥଣ୍ଡା ର ଆଗମନ ରେ ଦୀପାବଳୀ ପର୍ବର ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି l ସାଧାରଣ ଭାବରେ ଦୀପାବଳୀ ଉତ୍ସବ ଉତ୍ତର ଭାରତ ସମେତ ଭାରତ ର ବିଭିନ୍ନ ସ୍ଥାନରେ ୫ ଦିନ ପାଇଁ ପାଳନ ହୋଇଥାଏ l କିନ୍ତୁ ଓଡିଶା ରେ ଏହା ଆଜିକାଲି ଧନତେରାସ ଠାରୁ ପାଳିତ ହେଉଛି l ଦୀପାବଳୀ ର ପୂର୍ବ ଦିନକୁ ନରକ ଚତୁର୍ଦଶୀ ଭାବରେ ପାଳନ କରାଯାଏ l ଚଳିତ ଥର ନରକ ଚତୁର୍ଦଶୀ ନଭେମ୍ବର ୧୧ ତାରିଖ ଦିନ ପାଳନ ହେବ l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ କାର୍ତିକ ମାସର ଚତୁର୍ଦଶୀ ତିଥି କୁ ନରକ ଚତୁର୍ଦଶୀ କୁହାଯାଇ ଥାଏ l

ଏହି ସମୟରେ ମାଲକ୍ଷ୍ମୀ ଙ୍କ ଆଗମନ କୁ ନେଇ ଘରଦ୍ୱାରା ସଫା ସୁତୁରା କରାଯାଇ ଥାଏ l ଯେଉଁ ଘର ସବୁବେଳେ ଅସନା ଓ ଅପରିଷ୍କାର ହୋଇ ରହିଥାଏ , ସେଠାରେ ଅଲକ୍ଷ୍ମୀ ଙ୍କ ବାସ ହୋଇଥାଏ l ସର୍ବଦା ଦରିଦ୍ରତା ଛାଇ ରହିଥାଏ l ସେଥିପାଇଁ ନରକ ଚତୁର୍ଦଶୀ ରେ କିଛିଟା ଉପାୟ କରିବା ଆବଶ୍ୟକ l ଯାହାଦ୍ୱାରା ମାଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହେବ l

* ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନରକ ଚତୁର୍ଦଶୀ ଦିନ ସକାଳୁ ନିଜର ସମ୍ପୂର୍ଣ୍ଣ ଶରୀର କୁ ତୈଳ ମାଲିସ କରନ୍ତୁ l ଏହାପରେ ସ୍ନାନ କରି ନିଅନ୍ତୁ , ଜଳ ରେ ମା ଗଙ୍ଗା ଙ୍କ ବାସ ରହିଥାଏ l ମାନ୍ୟତା ରହିଛି ଏହିଦିନ ତୈଳ ମାଲିସ କରି ସ୍ନାନ କରିବା ଦ୍ୱାରା ମା ଗଙ୍ଗା ଓ ମା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହୋଇଥାଏ ଓ ଘରକୁ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l

* ମାନ୍ୟତା ରହିଛି ଯେ ଏହିଦିନ ବର ଓ ଓସ୍ତ ବୃକ୍ଷ କୁ ପୂଜା କରି ବୃକ୍ଷ ମୂଳ ର ଚିକିଟା ମାଟି କୁ ମୁଣ୍ଡରେ ଲଗାଇବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ ଏବଂ ନରକ ଭୟ ମଧ୍ୟ ଦୂର ହୋଇଥାଏ l

* ଦୀପାବଳୀ ର ୫ ଦିନର ଉତ୍ସବ ରେ ଘରଦ୍ୱାର ସଫା କରିବା ଦ୍ୱାରା ବାତାବରଣ ରେ ଶୁଦ୍ଧତା ଆସିଥାଏ l ବିଶେଷ ଭାବେ ନରକ ଚତୁର୍ଦଶୀ ଦିନ ଘରର ଭଙ୍ଗା ଭଙ୍ଗି ଜିନିଷ କୁ ବାହାର କରି ଫିଙ୍ଗି ଦେବା ଉଚିତ l ଏହାଛଡା ଏହିଦିନ ଘର ଭିତର ଓ ବାହାର ଆଲୋକ ଜଳାଇ ରଖିବା ଜରୁରୀ l ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ l

* ନରକ ଚତୁର୍ଦଶୀ ରେ ରାତ୍ରି ସମୟରେ ଯମ ଙ୍କ ନିମିତ୍ତ ଦୀପ ଦାନ କରିବା ଜରୁରୀ l ଏହିଦିନ ଦକ୍ଷିଣ ଦିଗରେ ଦୀପ ଜଳାଇବା ଦ୍ୱାରା ଅକାଳ ମୃତ୍ୟୁ ର ଭୟ ଦୂର ହୋଇଥାଏ l ସନ୍ତାନ ମାନଙ୍କ ଜୀବନ ରେ ସମୃଦ୍ଧି ର ଆଗମନ ହୋଇଥାଏ l

Leave A Reply