ବ୍ରହ୍ମପୁର : ରାଜ୍ୟ ଭାରୋତଳନ ସଂଘର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶଙ୍କର ଭବନ ଠାରେ ରାଜ୍ୟ ଭାରୋତଳନ ସଂଘର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ୪ ବର୍ଷ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ଭାରୋତଳନ ସଂଘର ନିର୍ବାଚନ ଅଧିକାରୀ ବେଣୁଗୋପାଳ ରାଓଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି ବୈଠକରେ କାର୍ଯ୍ୟକ୍ରମରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ଇଂ ଚିତ୍ତରଞ୍ଜନ ସ୍ବାଇଁ, ଉପସଭାପତି ଭାବେ ଡ ହରି ପ୍ରସାଦ ପଟ୍ଟନାୟକ, ପରେଶ ଚନ୍ଦ୍ର ମହନ୍ତ, ବିରାଜ ପ୍ରସାଦ ଦାସ ଓ ରମେଶ ଚନ୍ଦ୍ର ପାଢୀ ରହି ଛନ୍ତି। କାର୍ଯ୍ୟକାରି ସଭାପତି ଭାବେ ନାରାୟଣ ସାହୁ, ସମ୍ପାଦକ ଭାବେ ଚମ୍ପିୟାନ ଅର୍ଜନ ପୁରସ୍କାର ପ୍ରାପ୍ତ କେ ରବି କୁମାର ରହି ଛନ୍ତି। ସହ ସମ୍ପାଦକ ଭାବେ ଜାନକୀ ବଲ୍ଲଭ ମିଶ୍ର, ଗୋପାଳ କୃଷ୍ଣ ଦାସ,ନକୁଳ ସାହୁ ରହି ଛନ୍ତି। କୋଷାଧ୍ୟକ୍ଷ ଭାବେ ଯଜ୍ଞ ନାରାୟଣ ନନ୍ଦ ରହି ଥୀବା ବେଳେ ସଭ୍ୟ ଭାବେ ଗାଗାରିନ ନାୟକ,ବସନ୍ତ କୁମାର ବାନାର୍ଜୀ, ବସନ୍ତ କୁମାର ମହାନ୍ତି ଓ ସୋନୁ କୁମାରୀ ସାହୁ ରହି ଛନ୍ତି। କଟକ ବାରବାଟୀ ଷ୍ଟାଡିୟମ ସ୍ଥିତ ଅଲମ୍ପିକ ହଲ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ଭାରୋତ୍ତୋଳନ ସଂଘ ପକ୍ଷରୁ କେ ସୂର୍ଯ୍ୟ ନାରାୟଣ, ଓଡିଶା ଅଲମ୍ପିକ ସଂଘ ସମ୍ପାଦକ ଅଭିଜିତ ପଲ,ଓଡିଶା କ୍ରିଡା ପରିଷଦ ପକ୍ଷରୁ ରଶ୍ମୀ ରଞ୍ଜନ ସାମନ୍ତରାୟ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇ ଥିଲେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ କେ ରବି କୁମାର ଉପସ୍ଥିତ ରହି ଓଡିଶା ଭାରୋତଳନ ର ବିକାଶ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ୪୭ଟି ମଲ୍ଟଟି ଇଣ୍ଡୋର ହଲ ନିର୍ମାଣ କରିବା ସହିତ କୋଚ ପ୍ରଦାନ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଆଗକୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରେ ଆସନ୍ତା ଅକ୍ଟୋବର ମାସ ରେ ୧୬,୧୭,ଓ ୧୮ ତାରିଖ ରେ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଓ ପରେ ଜାତୀୟ ସ୍ତରରେ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି କେ ରବି କୁମାର କହିଛନ୍ତି।