ଧରାକୋଟ ,27/9/23 : ଧରାକୋଟ ଗତ 24 ତାରିଖରେ ନୂଆଗାଡ ଠାରେ ଋଷୁକୁଲ୍ୟା ନଦୀ ପାର ହୋଇ ଯାଉଥିବା ବେଳେ ବାରଧାଙ୍ଗିଡି ଗ୍ରାମର 35 ବର୍ଷୀୟ କରୁଣାକର ଦାସ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ତାଙ୍କୁ ବହୁ ଖୋଜା ଖୋଜି କରିବା ପରେ ବି ମିଳି ନଥିଲେ। ହେଲେ 3 ଦିନ ପରେ ତାଙ୍କ ଗଳିତ ଶବ ଆଜି ଧରାକୋଟ ଥାନା ଅନ୍ତର୍ଗତ ଜାହାଡ଼ା ନିକଟ ନଦୀ କୂଳରେ ଭାସି ଆସି ଲାଗିଥିବା ଲୋକେ ଦେଖିଥିଲେ। ଆଉ ଏନେଇ ଧରାକୋଟ ପୋଲିସ କୁ ଖବର ଦେଥିଲେ। ଖବର ପାଇ ପୋଲିସ ଶବ ଚିହ୍ନଟ କରିବା ସହ କରୁଣା କରଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକେ ଆସିବା ପରେ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ପହଞ୍ଚି କେଶନମ୍ୱର 6/23 ପ୍ରକାରେ ଏକ ଅପମୃତ ମାମଲା ରୁଜୁ କରି ଅଧିକ ତଦନ୍ତ ଚଲାଇ ଛି l
ଏପଟେ ବlରଧାଙ୍ଗିଡି ଗ୍ରାମର ଲୋକଙ୍କ ଅଭିଯୋଗ ପ୍ରକାରେ ନୁଆଗଡ଼ ଠାରେ ସରକାରଙ୍କୁ ବିଜୁ ସେତୁ ନିର୍ମାଣ ଯୋଜନାରେ କାମ ଆରମ୍ଭ ହୋଇଛି। ହେଲେ ବର୍ଷ ପରେ ବର୍ଷ ବିତିଯାଇଥିଲେ ବି ସେତୁ ନିର୍ମାଣ ଶେଷ ହେଉନି। ଏନେଇ ସ୍ଥାନୀୟ ଅଞ୍ଚଳର ଲୋକେ ବହୁବାର ଗୁହାରି କରିବା ପରେ ବି କୌଣସି ସୁଫଳ ମିଳି ନାହିଁ । ଯାହା ଫଳରେ ସେଠାରେ ଲୋକେ ଭରା ଜଳରେ ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହେବା ସମୟରେ ନଦୀରେ ଭାସି ମୃତ୍ୟୁ ମୁଖରେ ପଡୁଛନ୍ତି l ଏଣୁ ସେତୁ ର କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି l