ରଣପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲା ୩ ଜୀବନ: ୩ ଛେଳି ମୃତ: ୩ ଗୋରୁ ଅର୍ଦ୍ଧଦଗ୍ଧ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ: ବାହାରପଟୁ ଜଂଜିର ଦେଇ ନିଆଁ ଲଗାଯାଇଥିବା ସନ୍ଦେହ
ସୋର, ୨୪/୯- ସୋର ବ୍ଲକ ମାଣିପୁର ପଞ୍ଚାୟତ ରଣପୁର ଚିଙ୍ଗିଡ଼ିଗଡ଼ିଆ ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ଏବଂ ଗୁହାଳ ଘର ସମ୍ପୂର୍ଣ୍ଣ ଜଳିଯାଇଛି । ଘରର କବାଟ ବାହାର ପଟୁ ଜଂଜିର ଲଗାଯାଇଥିବା ବେଳେ କବାଟ ଭାଙ୍ଗି ୩ ଶିଶୁଙ୍କ ସମେତ ୨ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଛି । ଗୁହାଳ ଘରେ ଥିବା ୩ଟି ଗୋରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ୧୮ଟି ଗୁରୁତର ଭାବେ ପୋଡ଼ିଯାଇଥିବା ଛେଳିମାନଙ୍କ ମଧ୍ୟରୁ ୩ଟିର ମରିଯାଇଛନ୍ତି । ଏଥି ସହିତ ଘରର ସମସ୍ତ ଆବାବପତ୍ର ପୋଡ଼ି ଛାରଖାର ହୋଇଛି । ଏହି ଗ୍ରାମର ଶଙ୍କର୍ଷଣ ଦାସଙ୍କ ଘର ଲୋକେ ଗତକାଲି ରାତି ୧୦ଟା ବେଳେ ଖାଇପିଇ ଶୋଇଯାଇଥିଲେ । କିଛି ସମୟ ପରେ ତାଙ୍କ ଘର ଜଳୁଥିବା ଦେଖି ଏହାର ପଛପଟରେ ରହୁଥିବା ଅର୍ଚ୍ଚନା ଦାସ ନିଜ ଘର କବାଟ ଖୋଲିବାକୁ ଚେଷ୍ଟା କରିବା ସମୟରେ ବାହାର ପଟୁ ଜଂଜିର ଲଗାଯାଇଥିବାରୁ ଉପାୟ ନପାଇ କବାଟ ଭାଙ୍ଗି ବାହାରକୁ ଆସି ଶଙ୍କର୍ଷଣଙ୍କ ଘର ବାହାର ପଟୁ ମଧ୍ୟ ଜଂଜିର ଲଗାଟାିôତବା ଦେଖି ତୁରନ୍ତ ଖୋଲି ଘର ଭିତରେ ଥିବା ୩ଟି ପିଲା ଏବଂ ଦୁଇ ଜଣ ମହିଳାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଜଳନ୍ତା ଅବସ୍ଥାରେ ଗୁହାଳଘର କବାଟ ଖୋଲି ବହୁ କଷ୍ଟରେ ଅଧା ଜଳା ଅବସ୍ଥାରେ ୩ଟି ଗୋରୁ ଏବଂ ୧୮ଟି ଛେଳିକୁ ଉଦ୍ଧୋର କରିଥିଳେ । ଆଜି ଏହି ଛେଳିଙ୍କ ମଧ୍ୟରୁ ୩ଟିର ମୃତ୍ୟୁ ଘଟିଥିବା ଜଣାଯାଇଛି । ଖବର ପାଇ ସୋର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ôଚ ନିଆଁକୁ ଆୟତ କରିôତବା ବେଳେ ଘରର ସମସ୍ତ ଆସବା ପତ୍ର ଧାନ ଚଜାଉଳ, ଲୁଗାପଟା ଏବଂ ଆଳି ଅଳଙ୍କାର ସମେତ ଲକ୍ଷାଳଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଥିବା ଦେଖାଯାଇଥିଲା । କେହି ଦୁର୍ବୃର୍ତ୍ତ ଏହି ଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଇଛି । ଖବର ପାଇ ଆଜି ସକାଳେ ସୋର ବିଧାୟକ ପର୍ଶୁରାମ ଧଡ଼ା ଘଟଣାସ୍ଥଳରେ ପହଞ୍ôଚ ପିବନ୍ନ ପରିବାରକୁ ସମବେଦନା ଜଣାଇବା ସହିତ ସହାୟତା ପ୍ରଦାନ କରଛନ୍ତି ।