ବେତନଟୀ : ବୈଶିଙ୍ଗା ଥାନା ଅନ୍ତର୍ଗତ ନାଖରା ଗ୍ରାମରେ ଆଜି ଅପରାହ୍ନରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ଜଣା ଯାଇଛି। ଖବରର଼ ପ୍ରକାଶ ନାଖରା ଗ୍ରାମର ସ୍ଵର୍ଗତଃ ଉପେନ୍ଦ୍ର ପାଳଙ୍କ ପୁତ୍ର ସୁଦର୍ଶନ ପାଳ (୪୮) ଗାଁ ମଥାରେ ଛେଳି ଚରାଉ ଥିବା ବେଳେ ଅପରାହ୍ନ ତିନି ଘଟିକା ସମୟରେ ତାଙ୍କ ଉପରେ ବଜ୍ରପାତ ହୋଇ ଥିଲା । ଛେଳି ଗୁଡ଼ିକ ଘରକୁ ପଳାଇ ଆସିଥିବା ବେଳେ ଦୀର୍ଘ ସମୟ ଧରି ସୁଦର୍ଶନ ନ ଆସିବାରୁ ତାଙ୍କ ସାନ ପୁଅ ପଙ୍କଜ ଖୋଜିବା କୁ ଯାଇ ତାଙ୍କ ବାପା ପଡ଼ିଆରେ ପଡ଼ିଥିବା ର ଦେଖି ପରିବାର ଏବଂ ଗ୍ରାମବାସୀଙ୍କୁ ଜଣାଇ ଥିଲେ। ସଙ୍ଗେ ସଙ୍ଗେ ତାଙ୍କ ପଡୋଶୀ ଘରର କାର ଯୋଗେ ବୈଶିଙ୍ଗା ଡାକ୍ତରଖାନାକୁ ନେଇ ଆସିଥିଲେ । ଡାକ୍ତର ଅମିତ କୁମାର ନାୟକ ମୃତ ବୋଲି ଘୋଷଣା କରିଥିଲେ। ସନ୍ଧ୍ୟା ହୋଇ ଯାଇଥିବା ଯୋଗୁଁ ସୁଦର୍ଶନଙ୍କ ମରଶରୀର ଆସନ୍ତାକାଲି ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାଯାଇଛି। ଏ ନେଇ ବୈଶିଙ୍ଗା ଥାନାରେ ୩୮/୨୩ ରେ ଅପମୃତ୍ୟ ମାମଲା ରୁଜ୍ଜୁ କରାଯାଇଥିବା ଜଣାଯାଇଛି। ମୃତକଙ୍କର ବିଧବା ମା , ସ୍ତ୍ରୀ, ଦୁଇ ପୁଅ ଥିବା ଜଣାଯାଇଛି ।