ସୋର, ୨୪/୯- ସୋର ବ୍ଲକ ମାଣତ୍ରି ପଞ୍ଚାୟତ ଦହିପୁର ଗ୍ରାମର ଝିଅପିଲାମାନେ କରୁଥିବା ଖୁଦୁରୁକୁଣୀ ଓଷାରେ ଭୋଗ ବଣ୍ଟନ ଜଣେ ବ୍ୟକ୍ତି ଗଣ୍ଡଗୋଳ କରି ମାଡ଼ପିଟ କରିବା ଫଳରେ ବହୁ ପରିମାଣର ପ୍ରସାଦ ନଷ୍ଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଏହି ଗ୍ରାମରେ ଆଜି ମଧ୍ୟାହ୍ନରେ ଖୁଦୁରୁକୁଣୀ ଓଷା ଉଦ୍ଯାପନ ଉତ୍ସବରେ ଗ୍ରାମବାସୀଙ୍କ ପାଇଁ ଓଷା ଭୋଗ ଏବଂ ପ୍ରସାଦ ସେବନ ଚାଲିଥିବା ବେଳେ ଏହି ଗ୍ରାମର କହ୍ନେଇ ମଳିକ ହଠାତ୍ ସେଠାରେ ପହଞ୍ôଚ ତାଙ୍କର ନିଜ ପିଲା ପ୍ରସାଦ ସେବନ କରୁଥିବା ଦେଖି ରାଗିଯାଇ ପିଟିଥିଲେ । ଏହା ଦେଖି ଅନ୍ୟମାନେ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ମାଡ଼ ମାରି ଖଣ୍ଡିଆଖାବରା କରିଦେବା ଫଳରେ ୨ଜଣ ଆହତ ଅବସ୍ଥାରେ ସୋର ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି । ଏହି ଗଣ୍ଡଗୋଳ ସମୟରେ ପାଖାପାଖି ୨୦୦ ଜଣଙ୍କର ପ୍ରସାଦ ନଷ୍ଟ ହୋଇଥିବା ଓଷାଧାରିଣୀ କୁଆଁରୀମାନଙ୍କ ମଧ୍ୟରେ ମାମିନା ମଳିକ, କନକ ମଳିକ, ତୁଳସୀ ମଳିକ, ରୁନୁଲତା ମଳିକ, ନିର୍ମଳା ମଳିକ, ମମତାମୟୀ ମଳିକ, ଛବିରାଣୀ ମଳିକ, ମାନସୀ ଦାସ, ଉର୍ମଳା ମଳିକ ଏବଂ ସୁଶାନ୍ତ ମଳିକ, କରୁଣାକର ମଳିକ, ଗଜେନ୍ଦ୍ର ମଳିକ,ଜୁତୁ ମଳିକ ପ୍ରମୁଖ ସୋର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇଁ ସୋର ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।