Odisha news

ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ସାମିଲ : ମହାକାଳୀ ପୀଠର ନବୀକରଣର ଶିଳାନ୍ୟାସ

0
ବଡ଼ମ୍ବା୨୦/୦୯- ବଡ଼ମ୍ବା ବ୍ଲକର ମହାକାଳୀ ପୀଠ ଠାରେ ବୁଧବାର ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ମହାକାଳୀ ପୀଠର ନବୀକରଣର ଶୁଭ ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଯାଇଛି।ପରେ ମହାକାଳୀ ପୀଠ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ଦେବୀପ୍ରସାଦ ମିଶ୍ର, ସମ୍ମାନିତ ଅତିଥି ରୂପେ ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ରଘୁପତି ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ରବିନ୍ଦ୍ର ସାହୁ, ଜୟଶ୍ରୀ ବରାଳ,  ସୁଶାନ୍ତ କୁମାର ଜେନା, ସଦାନନ୍ଦ ସ୍ବାଇଁ ପ୍ରମୁଖ ଯୋଗ ଦେଇ ଶୁଭେଚ୍ଛା ଜଣାଇଥିଲେ।ପରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସ୍ବତନ୍ତ୍ର ସହାୟତା ଯୋଜନାରେ ମହାକାଳୀ ପୀଠର ଉନ୍ନତି କରଣ ପାଇଁ ପ୍ରାୟ ୧୬ଲକ୍ଷ ଟଙ୍କା ବ୍ୟୟ ବରାଦରେ  ନବୀକରଣ କରାଯିବା ସହିତ ଆଗାମୀ ଦିନରେ ବଡ଼ମ୍ବା ବ୍ଲକର ଅନେକ ଲୋକାଭିମୁଖୀ କାର୍ଯ୍ୟ ହାତକୁ ନିଆଯାଇ ସଂପୂର୍ଣ୍ଣ କରାଯିବ ବୋଲି ସୂଚନା ଦେଇଥିଲେ।ସ୍ଥାନୀୟ ସରପଞ୍ଚ ପ୍ରମୋଦିନୀ ବେହେରା, ସମିତି ସଭ୍ୟା ମମତା ବେହେରା,ମହିଳା ଗୋଷ୍ଠୀ ଏମବିକେ କୁନ୍ତିଲତା ବେହେରା, ସଭାନେତ୍ରୀ ସୂର୍ଯ୍ୟକାନ୍ତୀ ସାହୁ, ସମ୍ପାଦିକା ଗୀତାଞ୍ଜଳି ବେହେରା, ମହିଳା ଗୋଷ୍ଠୀର ସଦସ୍ୟାମାନେ ଅନ୍ନପୂର୍ଣ୍ଣା ପଣ୍ଡା,ରଶ୍ମିତା ପ୍ରଧାନ, ରିନା ବେହେରା, ସମାଜସେବୀ ଯୁଗଳ ବାରିକ, ପୂର୍ବତନ ସରପଂଚ ଶ୍ରୀବତ୍ସ ଆରୁଖଙ୍କ ସହିତ ଆଖପାଖ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଜନସାଧାରଣ ଉପସ୍ଥିତ ରହିଥିଲେ।
Govt
Leave A Reply