ବାରିପଦା : ରାଜ୍ୟ କଂଗ୍ରେସ କମିଟି ଅନୁମୋଦନ କ୍ରମେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ମୁଖପାତ୍ର ଭାବେ ଯୋଗେଶ କୁମାର ଅଗ୍ରୱାଲାଙ୍କୁ ରାଜ୍ୟ ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ୱର ବେହେରା ନିଯୁକ୍ତି ପ୍ରଦାନ ଦେଇଛନ୍ତି । ଏହି ନିଯୁକ୍ତିକୁ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ, ରାଜ୍ୟ ମିଡିଆ ସଂଯୋଜକ ଓବିସି ସୁକୁମାର ରଞ୍ଜନ ପ୍ରଧାନ, ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ, ପିସିସି ମେମ୍ବର ଅରବିନ୍ଦ ଦାସ ଓ ରାକେଶ ସିଂ, ଏଲଡିଏମ ବାରିପଦା ନିର୍ବାଚନ ମଣ୍ଡଳୀ ସଂଯୋଜକ ଶିବାନନ୍ଦ ଜ୍ଞାନେନ୍ଦ୍ର ଦାସ, ଛାତ୍ର କଂଗ୍ରେସ ସଭାପତି ମୋତି ପ୍ରକାଶ ଦାସ, ମହିଳା ସଭାନେତ୍ରୀ ସୁଶ୍ମିତା ଘୋଷାଲ, ଯୁବ ଉପସଭାପତି ବିକାଶ ମହାଭୋଇ, ଇତିଶ୍ରୀ ମିଶ୍ର, ବାଦଲ ହେମ୍ବ୍ରମ ଓ ସରପଞ୍ଚ ଲମ୍ବୋଦର ସିଂ ପ୍ରମୁଖ ସ୍ୱାଗତ ଜଣାଇଛନ୍ତି ।