Odisha news

କଟକ ପାରଦୀପ ରାସ୍ତା ଅବରୋଧ ହଟିଲା

0

ରାହାମା ,,-ତା୧୪/୦୯; କୁଜଙ୍ଗ ବ୍ଲକ ଅଧିନ ୧୪ ଗୋଟି ପଞ୍ଚାୟତର ପାନୀୟଜଳ ଯୋଗାଣ କୁ ଟାଟା କମ୍ପାନୀ ଗତ ୩ଦିନ ହେବ ବନ୍ଦ କରିଦେଇଥିଲା।ଆଜି ସକାଳ ୧୧ଟା ସମୟରେ ୧୪ ପଞ୍ଚାୟତର ଜନସାଧାରଣ ଓ ସରପଞ୍ଚ ମାନେ ଆସି କଟକ- ପାରାଦ୍ବୀପ ରାସ୍ତା ,ରାହାମା ଠାରେ ରାସ୍ତାରେ ଆଡି ପକାଇ ବନ୍ଦ କରି ଦେଇଥିଲେ।ଏହି ରାସ୍ତା ରୋକ  ନେତୃତ୍ବରେ ଥିଲେ ସାଇଲୋ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଓ ତାଳପଡା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଦମୟନ୍ତୀ ଲେଙ୍କା।ଦିର୍ଘ ୩ ଘଣ୍ଟା କାଳ ରାସ୍ତା ଅବରୋଧ ହୋଇଥିଲା ଏବଂ ରାସ୍ତାର ଦୁଇ ପାର୍ଶ୍ବ ରେ ଶହ ଶହ ବସ୍,ଟ୍ରକ ଓ କାର ଅଟକି ରହିଥିଲେ।ଶେଷରେ କୁଜଙ୍ଗ ତହସିଲଦାର ପ୍ରିତିପର୍ଣ୍ଣା ମିଶ୍ର ଓ କୁଜଙ୍ଗ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ଦ୍ବାରା ସମାଧାନ କରାଯାଇଥିଲା ଏବଂ ସଙ୍ଗେ ସଙ୍ଗେ ପାନୀୟଜଳ ଯୋଗାଇ ଦିଆଯାଇ ଥିଲା।ଏଥି ସହିତ ୧୦ଦିନ ଭିତରେ ଉପୁଜି ଥିବା ସମସ୍ୟାକୁ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇ ରାସ୍ତା ରୋକ ଭଙ୍ଗ କରାଯାଇ ଥିଲା।

Ad2
Leave A Reply