Odisha news

ୟୁନିସେଫ ପ୍ରତିନିଧି ମଣ୍ଡଳୀର ସତ୍ୟବାଦୀ ଗସ୍ତ

0
 ସାକ୍ଷୀଗୋପାଳ :  ୟୁନିସେଫର ଏକ  ପ୍ରତିନିଧି ମଣ୍ଡଳୀ  ସତ୍ୟବାଦୀ ଗସ୍ତରେ   ଆସିଥିଲେ । ପ୍ରଥମେ ଏହି ପ୍ରତିନିଧି ମଣ୍ଡଳୀ  ସତ୍ୟବାଦୀ  ବ୍ଲକ  ଅନ୍ତର୍ଗତ  ମୂଳ ଅଳସା ପଞ୍ଚାୟତର ମୂଳ ଅଳସା ଅଙ୍ଗନ ବାଡ଼ି କେନ୍ଦ୍ରରେ ପହଞ୍ଚି ଥିଲେ । ୟୁନିସେଫର ଓଡ଼ିଶା ଭୁବନେଶ୍ୱର ମୁଖ୍ୟ ଉଇଲିଓମ ହାଂଲନ ,  ଶିକ୍ଷା ବିଶେଷଜ୍ଞ ଲଳିତା ପଟ୍ଟନାୟକ ଓ ତ୍ରିପ୍ତି କୌର , ନିୟୁଟ୍ରିସନ ଅଧିକାରୀ ଡାକ୍ତର ସଞ୍ଜୟ କୁମାର ସାହୁ ଅଙ୍ଗନ ବାଡ଼ି କେନ୍ଦ୍ର ରେ ଉପସ୍ଥିତ ୬ ବର୍ଷ ରୁ କମ  ପିଲାମାନଙ୍କ ସହ ସେମାନଙ୍କର ମା ମାନଙ୍କ ନିମନ୍ତେ  କେନ୍ଦ୍ର ସରକାରଙ୍କ ( ଆଇ ସି ଡି ଏସ ) ଦ୍ୱାରା ନିୟନ୍ତ୍ରିତ ପ୍ରତ୍ୟେକ  ଯୋଜନାର ସଫଳ ରୂପାୟନ  ସମ୍ପର୍କରେ  ପଚାରି ବୁଝିଥିଲେ। ମୁଖ୍ୟତ ପୋଷଣ ,ମମତା ଯୋଜନା ,ଓଜନ , ଏନିମିଆ , ପରିଷ୍କାର ଭାବେ ହାତଧୁଆ , ଲୌହ ବଟିକା ର  ବ୍ୟବହାର  , ପ୍ରିସ୍କୁଲ ଶିକ୍ଷା ଦାନ ର ସଠିକ ପରିଚାଳନା ,ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା , ସଠିକ ପୁଷ୍ଟିକର  ଖାଦ୍ୟ ପରିଚାଳନା , ଗର୍ଭବତୀଙ୍କର  ପ୍ରସୂତି ପୂର୍ବକାଳୀନ ପ୍ରସ୍ତୁତି ଓ ପରବର୍ତ୍ତୀ ସମସ୍ୟା ଉପରେ ଗୁରୁତ୍ୱ ଦେଇଥିଲେ । ଅଙ୍ଗନ ବାଡ଼ି କେନ୍ଦ୍ର ର ପିଲା ଓ ମା ମାନଙ୍କ ସହ ମିଶି ଏହି ଅଧିକାରୀ ମାନେ   ଖେଳକୁଦ  ମାଧ୍ୟମରେ ଅନେକ ସଚେତନତା ଧର୍ମୀ କାର୍ଯ୍ୟକ୍ରମ କରିଥିଲେ। ସତ୍ୟବାଦୀ ବ୍ଲକ ର ( ସିଡିପିଓ ) ରାଜଲଷ୍ମୀ ଦାଶ ,( ପିଏସଡବ୍ଲୁଓ ) ଚିନ୍ମୟୀ ରଥ , ସୁପର ଭାଇଜର  ପିୟୁସମୟୀ ପଣ୍ଡା ଙ୍କ ସମେତ ଅଙ୍ଗନ ବାଡ଼ି କର୍ମୀମାନେ ଉପସ୍ଥିତ ରହିଥିଲେ l
Ad2
Leave A Reply