Odisha news

ଖୁଣ୍ଟାପୁର ସ୍ଥିତ ସତ୍ୟସାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ  ହିନ୍ଦୀ ଦିବସ ପାଳିତ

0

ବେତନଟୀ : ବେତନଟୀ ବ୍ଲକ ଅଧୀନ ରଘୁପୁର ପଞ୍ଚାୟତ ର  ଖୁଣ୍ଟାପୁର ସ୍ଥିତ ସତ୍ୟସାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ  ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମରଞ୍ଜନ ରଣା ଙ୍କ ସଭାପତିତ୍ଵରେ ଏହି ଦିବସଟି ଅନୁଷ୍ଠିତ ହୋଇଯାଇଛି। ହିନ୍ଦୀ ଶିକ୍ଷୟତ୍ରୀ ସ୍ନିଗ୍ଧା ଲେଙ୍କା ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ମୂଖ୍ୟ ଅତିଥି ଭାବେ ଶିକ୍ଷକ ଶିଶିର କୁମାର ନାୟକ ଓ ମୂଖ୍ୟ ବକ୍ତା ଭାବେ ମୁକୁନ୍ଦ କୁମାର ସେନାପତି  ହିନ୍ଦୀ ଦିବସ ଉପରେ ନିଜର ବକ୍ତବ୍ୟ  ରଖିଥିଲେ।  ବିଦ୍ୟାଳୟର ଶିକ୍ଷକ/ଶିକ୍ଷିକା ଜ୍ୟୋସ୍ନା ରାଣୀ ଜେନା, ମଧୁସ୍ମିତା ଉପାଧ୍ୟାୟ, ତୃଷ୍ଣା ଦାସ, ବିଜୟ କୁମାର ଦାସ ମଧ୍ୟ ଏହି ଦିବସ ବିଷରେ ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ। ହିନ୍ଦୀ ଦିବସ ର ବିଶେଷତ୍ଵ ଉପରେ ଛାତ୍ର/ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ କରାଯିବା ସହ କୃତୀ ଛାତ୍ର/ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପରିଶେଷରେ ଶିକ୍ଷକ ବିଜୟ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Ad2
Leave A Reply