Odisha news

ଶିକ୍ଷକ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଧାରଣା : ବିଦ୍ୟାଳୟ ରେ ତାଲା ,ଫେରିଲେ ଛାତ୍ରଛାତ୍ରୀ, ବିଇଓ ଙ୍କ ନୋଟିସ

0
ଦଶପଲ୍ଲା  ୧୩/୯ : ଜୋର ଧରିଛି ଶିକ୍ଷକ ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଧାରଣା । ଏହି ଧାରଣା ୭ ଦିନରେ ପହଁଚିଥିବା ବେଳେ ଶିକ୍ଷକ ମାନେ ସମୂହ ଛୁଟି ରେ ଯାଇ ସେମାନଙ୍କ ଧାରଣା ଜାରି ରଖିଛନ୍ତି । ଶିକ୍ଷକ ମାନେ ପାଠ ପଢା ରୁ ନିବୃତ ରହି ଥିବା ବେଳେ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ କୁ ଆସି ବିଦ୍ୟାଳୟ ରେ ତାଲା ପଡିଥିବା ଦେଖି ଘରକୁ ଫେରିଛନ୍ତି । ବିଦ୍ୟାଳୟ ବନ୍ଦ ଥିବା ବେଳେ ଛାତ୍ର ଛାତ୍ରୀ ଙ୍କ ପାଠପଢ଼ା ରେ ବ୍ୟାଘାତ ସୃଷ୍ଟି ହୋଇଛି । ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ବନ୍ଦ ହୋଇ ପଡିଛି । ଅନ୍ୟ ପାର୍ଶ୍ୱରେ ଶିକ୍ଷକ ମାନେ ସେମାନଙ୍କ ଦାବି ପୂରଣ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମୁଖ ରେ ସେମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ କୁ ଜୋରଦାର କରିଥିବା ବେଳେ ସରକାର ଶିକ୍ଷକ ମାନଙ୍କ ଦାବି ଉପରେ ଅବଗତ ଅଛନ୍ତି ଓ ଶିକ୍ଷାଅଧିକାର ଆଇନି ଅନୁଯାଇ ପାଠ ପଢ଼ାରୁ ଛାତ୍ର ଛାତ୍ରୀ ମାନଙ୍କୁ ବଂଚିତ କରାଯାଇପାରିବନାହିଁ ,ଏଣୁ ଶିକ୍ଷକ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଧାରଣାରୁ ନିବୃତ ରହି କାର୍ଯ୍ୟରେ ଯୋଗ ଦେବାପାଇଁ ଦଶପଲ୍ଲା ବି ଇ ଓ ଅଫିସ ରୁ  ଶିକ୍ଷକ ସଂଘ କୁ ନୋଟିସ କରାଯାଇଛି । ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡରେ ସନ ର ଆହ୍ବାନ କ୍ରମେ ଦଶପଲ୍ଲା ବ୍ଲକ ମିଳିତ ଶିକ୍ଷକ ସଂଘ ପକ୍ଷରୁ  ଦଶପଲ୍ଲା ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଧାରଣା ଜାରି ରହିଛି । ଦାବି ପୂରଣ ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଧାରଣା ଦିଆଯିବ ବୋଲି  ସଭାପତି ପ୍ରଶାନ୍ତ କୁମାର ମହାପାତ୍ର  ଙ୍କ ସହ ଶିକ୍ଷକ ମାନେ ପ୍ରକାଶ କରିଛନ୍ତି। ଏହି ଆନ୍ଦୋଳନ ରେ  ଦଶପଲ୍ଲା ର ବିଭିନ୍ନ ବିଦ୍ୟାଳୟ ରେ କାର୍ଯ୍ୟ ରତ  କନିଷ୍ଠ ଶିକ୍ଷକ,ଶିକ୍ଷାକର୍ମୀ,ଶିକ୍ଷାସହାୟକ,ସାମୟିକ କଳା ଓ କ୍ରୀଡା ଶିକ୍ଷକ, ମାନେ  ସାମିଲ ହୋଇଛନ୍ତି ।  ଶିକ୍ଷକ ମାନେ ବିଦ୍ୟାଳୟ ବନ୍ଦ କରି ସମୂହ ଛୁଟି ରେ ଯାଇ  ଏହି ଆନ୍ଦୋଳନ ରେ ସାମିଲ ହୋଇଛନ୍ତି । ଶିକ୍ଷକ ମାନଙ୍କ ଦାବି ଗୁଡିକ ମଧ୍ୟରେ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା,ଶିକ୍ଷା କର୍ମୀ ଓ ଶିକ୍ଷା ଶହାୟକ ଙ୍କ ଠିକା କାର୍ଯ୍ୟକାଳ କୁ ନ୍ୟାସନାଲ ଇନକ୍ରିମେଣ୍ଟ ପ୍ରଦାନ, ଏକ୍ସ କ୍ୟାଡର ଶିକ୍ଷକ ଓ ସାମୟିକ କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ କରିବା , ଆଦି ଦାବି କରାଯାଇଛି ।
Nalco
Leave A Reply