Odisha news

ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ।

0
ନୂଆପଡା-  ୧୪/୦୯ ସକାଳ ଖବର (ସୁରେନ୍ଦ୍ର ତିୱାରୀ) : ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ନାତକ, ସ୍ନାତକୋତ୍ତର ବିଭାଗ ଏବଂ ଆଇ.କ୍ୟୁ.ଏ.ସି. ଦ୍ୱାରା ମହାବିଦ୍ୟାଳୟର ସଭା କକ୍ଷରେ ହିନ୍ଦୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଉକ୍ତ ସମାରୋହରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ତରୁଣ କୁମାର ପ୍ରଧାନଙ୍କ ସଭାପତିତ୍ବ କରିଥିବାବେଳେ ମୁଖ୍ୟଅତିଥି ଭାବରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅଧୀନରେ ଥିବା ଦେଶବନ୍ଧୁ ମହାବିଦ୍ୟାଳୟର ରାଜନୀତି ବିଭାଗର ପ୍ରାଧ୍ୟାପକ ପ୍ରଫେସର ବିଶ୍ୱଜିତ ମହାନ୍ତି, ସମ୍ମାନିତ ଅତିଥି ଭାବରେ ପଦାର୍ଥ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ଚନ୍ଦ୍ରଶେଖର ଚନ୍ଦ୍ରକାର, ସ୍ନାତକୋତ୍ତର ରାଜନୀତି ବିଭାଗ ପ୍ରାଧ୍ୟାପକ ଡ଼ଃ. ପଦ୍ମଲୋଚନ ବର୍ମା, ସୁନୀଲ କୁମାର ପାଢ଼ୀ, ପ୍ରତ୍ନତତ୍ତ୍ୱ ବିଭାଗ ପ୍ରାଧ୍ୟାପକ ଡ଼ଃ. ରଣବୀର ସିଂହ, ବାଣିଜ୍ୟ ବିଭାଗ ଅଧ୍ୟାପକ  ତଥାଗତ ରାଉତ,ହିନ୍ଦୀ ବିଭାଗ ଅଧ୍ୟାପକ ଡ଼ଃ. ଶୁଭ୍ରାଂଶିଷ ବାରିକ, ଅଧ୍ୟାପିକା  ସନ୍ତୋଷୀ ଶର୍ମା, ପ୍ରମୁଖ ମଞ୍ଚାସିନ ଥିଲେ l ସ୍ୱାଗତ ଭାଷଣ ଦେଇଥିଲେ ହିନ୍ଦୀ ବିଭାଗ ଅଧ୍ୟାପିକା ଶିଳା ତ୍ରିବେଦୀ ଏବଂ ହିନ୍ଦୀ ବିଭାଗୀୟ ମୁଖ୍ୟ ଡ଼ଃ. ବିଷ୍ଣୁଦେବ ସିଂ ମଲ୍ଲିକ ଉକ୍ତ ଦିବସ ବିଷୟରେ ଉଦବୋଧନ ରଖିଥିଲେ l ସ୍ୱାଗତ ସଂଗୀତ ହିନ୍ଦୀ ବିଭାଗ ଛାତ୍ର ଛାତ୍ରୀ ଜ୍ୟୋତିକା ବିଶି, ପ୍ରଜ୍ଞାଜ୍ୟୋତି ସିଂ ବାବୁ, ତପସ୍ୱିନୀ ମାଝୀ ପ୍ରମୁଖ ଗାଇଥିଲେ l ଉତ୍ସବରେ ହିନ୍ଦୀ ବିଭାଗ ଦ୍ଵିତୀୟ ବର୍ଷ ଛାତ୍ର ମଧୁର ଦୀପ, ସ୍ନାତକୋତ୍ତର ଦ୍ଵିତୀୟ ବର୍ଷ ଛାତ୍ରୀ ଜ୍ୟୋତିକା ବିଶି ଏବଂ ଫରହାତ ପରବିନ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ପ୍ରଫେସର ମହାନ୍ତି ରାଜନୀତି ଏବଂ ହିନ୍ଦୀ ଭାଷା ଉପରେ ସାରଗର୍ଭ ବକ୍ତବ୍ୟ ପ୍ରଦାନ କରିଥିଲେ l ସଭା ଶେଷରେ ଅଧ୍ୟାପକ ଡ଼ଃ.ଶୁଭ୍ରାଂଶିଷ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ l
Leave A Reply