ଆଠଗଡ ୦୯/୦୯/୨୩ ଆଠଗଡରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ଆଠଗଡର ଅତିରିକ୍ତ ଜିଲ୍ଲା ଦୌରାଜଜ ପ୍ରଦୀପ୍ତ କୁମାର ସାହୁ ଶିବିର ଉଦଘାଟନ କରିବା ସହ ୧୩ ଟି ମୋଟର ଯାନ ଦୁର୍ଘଟଣାର ବିଚାର କରି ୬୯ ଲକ୍ଷ ୯୨ ହଜାର ଟଙ୍କା ଆଦାୟ , ସିଭିଲ ଜଜ(ସିନିୟର ଡିଭିଜନ) ମହାଶ୍ବେତା ପରିଜା ୧୨ ଟି ବ୍ୟାଙ୍କ ମାମଲାରେ ୦୮, ୩୨, ୬୭୨ ଟଙ୍କା ,୦୨ ଟି ବୌବାହିକ ମାମଲା , ୦୭ ଟି ଦେଓ୍ବାନୀ ମାମଲା , ଏସ ଡି ଜେ ଏମ କୁନମୁନ ଆଚାରୀ ୬୦ ଟି ଫୌଜଦାରୀ ମାମଲା , ଗୋଟିଏ ବୈବାହିକ ମାମଲା , ଗୋଟିଏ ଚେକ ସମ୍ମନ୍ଦୀୟ ମାମଲା ବିଚାର କରିଥିଲେ। ଜେ ଏମ ଏଫ ସି ସୁଶ୍ରୀ ସମ୍ବେନ୍ଦନା ସମ୍ବିତ ଗୋଟିଏ ବୈବାହିକ ମାମଲାର ବିଚାର କରିଥିଲେ। ସେହିପରି ଆଠଗଡ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଓ ଆଠଗଡ ତହସିଲଦାର ପ୍ରିୟବ୍ରତ ଦାସଙ୍କ କୋର୍ଟ ପକ୍ଷରୁ ୧୬୯୪ ଟି ମ୍ୟୁଟେସନ ଓ ସାର୍ଟିଫିକେଟ କେଶର ବିଚାର କରି ୨, ୧୫, ୮୮୫ ଟଙ୍କା ଆଦାୟ ହୋଇଥିଲା। ତାଲୁକ ଆଇନ ସେବା ସଂସ୍ଥାର ସହାୟିକା ରାଜଶ୍ରୀ ମାହଲା ପରିଚାଳନାରେ ସହଯୋଗ କରିଥିଲେ।
