ନୂଆପଡା-୮/୦୯ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଆଜି ଖଡିଆଳ ବ୍ଲକ ସୁନାରିସିକୁଆଁ ପାଞ୍ଚାୟତ ର ଗ୍ରାମ ରୋଜଗାର ସେବକ (ଜି.ଆର.ଏସ.) ଓ ପଞ୍ଚୟାତ ପିଅନ ଭିଜିଲାନ୍ସ ଜାଲ ରେ ଛନ୍ଦି ହୋଇ ଗିରଫ ହୋଇଛନ୍ତି । ସୁନାରିସିକୁଆଁ ଗ୍ରାମ ର ଚାଷି ମନୋଜ ମାଝୀ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଜମି ଉନ୍ନତିକରଣ କାର୍ଯ ର ବିଲ କରିବା ପାଇଁ ଜିଆରଏସ ପ୍ରାଣବନ୍ଧୁ ଦଣ୍ଡସେନାଙ୍କୁ ଅନୁରୋଧ କରିଥିଲେ, ହେଲେ ସେ କୁଆଡେ ଶ୍ରୀ ମାଝି ଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ, ଆଜି ପାଞ୍ଚାୟତ୍ କାର୍ଯ୍ୟାଳୟ ରେ ୧୦ ହଜାର ଟଙ୍କା ନେଇ ପିଅନ କମଳା କାନ୍ତ ବୈଠାରୁ ଟଙ୍କା ଗଣୁ ଥିବା ବେଳେ ଦୁଇ ଜଣଙ୍କୁ ଭିଜିଲାନ୍ସ ଗିରଫ କରିଛି ।