ବାରିପଦା : ଓଡ଼ିଶା ରାଜ୍ୟସ୍ତରୀୟ ୧୭ବର୍ଷରୁ କମ୍ ବାଳକ ବର୍ଗର ହକି ପ୍ରତିଯୋଗିତା ସେପ୍ଟେମ୍ବର ୭ ରୁ ୧୦ପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ମୁନିସିପାଲ ହାଇସ୍କୁଲ ଖେଳପଡିଆ ଓ ଭବାନୀପୁର ସ୍ପୋର୍ଟ୍ସ କଂପ୍ଲେକ୍ସ ପରିସରରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତା ପାଇଁ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ମାର୍ଗଦର୍ଶନ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟିମ ମ୍ୟାନେଜର ରୂପେ ରସଗୋବିନ୍ଦପୁର ବ୍ଲକ ସ୍ଥିତ ମାଣିଦା ହାଇସ୍କୁଲ ପିଇଟି ପ୍ରଦୀପ କୁମାର ନାୟକ ଓ ଚାନ୍ଦୁଆ ଏସଏସଡି ହାଇସ୍କୁଲର କୋଚ୍ ସଂଜିତ ବେକଙ୍କ ନେତୃତ୍ୱରେ ୧୪ଜଣ ବାଳକ ଯୋଗ ଦେଇଛନ୍ତି । ସେମାନେ ହେଲେ ଚାନ୍ଦୁଆ ଏସଏସଡି ସରକାରୀ ଉଚ୍ଚ ବିଦ୍ୟାଳୟର ସାଗର ସୋରେନ, ଦୀପକ କିସ୍କୁ, ବିଷ୍ଣୁ କିସ୍କୁ, ମନୋଜ ସିଂ, ରଞ୍ଜିତ ସିଂ, ସୁମନ ଟୁଡୁ, ସୁନୀଲ ହାଁସଦା, ସଂଜୀବ ସିଂ, ଡାକ୍ତର ବେଶ୍ରା, ସୁଶାନ୍ତ ମୁର୍ମୁ, ସୁଗଦେବ ମୁର୍ମୁ, କିଶୋର ସିଂ, ମେଘରାୟ ମାରାଣ୍ଡି ଓ ବଡ଼ସାହି ବ୍ଲକ ଅନ୍ତର୍ଗତ ଜଗବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ସତ୍ୟଜିତ ବାରିକ । ଜିଲ୍ଲା ଶିକ୍ଷକ୍ଷ କାର୍ଯ୍ୟାଳୟ ତରଫରୁ ଏମାନଙ୍କର ରାଜ୍ୟସ୍ତରରେ ସଫଳତା କାମନା କରାଯାଇଅଛି ।