Odisha news

ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରୀଙ୍କୁ ଦଣ୍ଡ ଦେଲେ  ଶିକ୍ଷୟତ୍ରୀ, ତିନି ଦିନ ହେବ ସ୍କୁଲକୁ ଆସୁ ନାହିଁ ଛାତ୍ରୀ।

0
ନୂଆପଡ଼ା -୩/୦୯ ସକାଳ ଖବର ( ସୁରେନ୍ଦ୍ର ତିୱାରୀ) ସରକାରଙ୍କ ପକ୍ଷରୁ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଉପଯୁକ୍ତ ପରିବେଶ ଓ ଭୟ ମୁକ୍ତ ଶିକ୍ଷାଦାନ ନିମନ୍ତେ ଦଣ୍ଡମୁକ୍ତ ଅଞ୍ଚଳ ରୂପେ ବିଦ୍ୟାଳୟ ପରିସର କୁ ଘେଷଣା କରିଥିବା ବେଳେ ନୂଆପଡ଼ା ଜିଲ୍ଲା ଆମୋଦି ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜୈନେକ୍ ଛାତ୍ରୀଙ୍କୁ ଉପରୋକ୍ତ ସ୍କୁଲ ର ଶିକ୍ଷୟତ୍ରୀ  ପାଠ ସମର୍କିତ ପ୍ରଶ୍ନ ପଚାରି ୧୦୦ ଥର କାନ ଧରି  ଉଠକ ବୈଠକ କରିଥିବାରୁ ଛାତ୍ରୀ ଜଣଙ୍କ ତିନିଦିନ ହେବ ସ୍କୁଲକୁ ଅସୁସ୍ଥ ଅନୁଭବ କରି ଆସୁନଥିବା ଅଭିଯୋଗ ହୋଇଛି। ଏପରି ଏକ ଘଟଣା ଦେଖିବାକୁ ମିଲିଛି ନୂଆପଡ଼ା ସଦର ବ୍ଳକ ଆମୋଦି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଗତମାସ ୩୧ ଅଗଷ୍ଟ ୨୦୨୩ ଦିନ ଶିକ୍ଷୟତ୍ରୀ ସ୍କୁଲରେ ପାଠପଢ଼ାଉ ଥିବା ବେଳେ ଛାତ୍ରୀଙ୍କୁ ପ୍ରଶ୍ନ ପଚାରିବାରୁ କହିପାରି ନଥିଲେ। ହେଲେ ଶିକ୍ଷୟତ୍ରୀ ଜୟଶ୍ରୀ ଡାକୁଆ ରାଗିଯାଇ ଛାତ୍ରୀଙ୍କୁ  ସହେ ଥର କାନଧରି ଉଠକ ବୈଠକ କରିବା ପାଇଁ କହିବା ରୁ ଛାତ୍ରୀ ଜଣକ ବାଧ୍ୟ ହୋଇ  ସହେ ଥର ଉଠକ ବୈଠକ କରିଥିଲେ କିନ୍ତୁ ପୂର୍ଣ୍ଣ ହୋଇ ଥିଲେ ମଧ୍ଯ ଆହୁରି ଉଠକ ବୈଠକ କରାଇ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇ ଧମକ ଚମକ୍ ଦେବା ଫଳରେ ଛାତ୍ରୀ ଜଣଙ୍କ ସମ୍ପୂର୍ଣ ଶାରିରୀକ ଓ ମାନସିକ ରୂପେ ଆଘାତ ପାଇ ବହୁ କଷ୍ଟରେ ଘରକୁ ଯାଇ ଅଚେତ୍ ହୋଇ ପଡ଼ିଥିଲେ। ପରେ ଚେତା ଆସିବାରୁ ପରିବାର ଲୋକଙ୍କୁ ଛାତ୍ରୀ ସମ୍ପୂର୍ଣ ଘଟଣା ଉପରେ ଅବଗତ କରାଇ ଥିଲେ। ଉପରୋକ୍ତ  ଘଟଣା ଲୋକ ଲୋଚନକୁ ଆସିବା ପରେ  ସମାଧାନ କରିବା ପାଇଁ ଚଳିତ ଅଗଷ୍ଟ ମାସ ୧ ତାରିଖ ଦିନ ସ୍କୁଲ ପରିସରେ ଛାତ୍ରୀଙ୍କ ଅଭିଭାବକ ଓ ସ୍ଥାନୀୟ ଲୋକମାନଙ୍କୁ ଡାକି ବ୍ଲକ ଶିକ୍ଷାଧିକାରୀ  ଓ ଏ.ବି.ଇ.ଓ.ଙ୍କ ଉପସ୍ଥିତ ରେ ସମାଧାନ କରିବା ପାଇଁ ଉଦ୍ୟମ କରାଯାଇଥିଲା। ବୈଠକ ରେ ଏହା ଗ୍ରାମର ଇଜ୍ଜତ କଥା ବୋଳି ଅଧିକାରୀ ଜଣକ କାହାକୁ ଏ ବିଷୟରେ ନକହିବାକୁ କୁଆଡେ ଗ୍ରାମ ବାସୀଙ୍କୁ ଅନୁରୋଧ କରିଥଲେ କିନ୍ତୁ ଛାତ୍ରୀଙ୍କ ଏପରି ଶାରିରୀକ ଓ ମାନସିକ ନିର୍ଯ୍ୟାତନା ପରେ ଛାତ୍ରୀଙ୍କ ଗୋଡ଼ଦରଜ ହେବା ସହ ଫୁଲି ଯାଇଥିବାରୁ ସେ ତିନିଦିନ ହେବ  ସ୍କୁଲ ଆସିପାରୁ ନାହାନ୍ତି। ସେହିପରି ଉକ୍ତ ଗ୍ରାମ ର ଅନ୍ୟାନ୍ୟ ଛାତ୍ରଛାତ୍ରୀ ମଧ୍ୟ ଡରି ଯାଇ ବିଦ୍ୟାଳୟ କୁ ଆସୁନଥିବା  ଅଭିଯୋଗ ହୋଇଅଛି । ବ୍ଲକ ଶିକ୍ଷା ଅଧିକାରି  ଘଟଣା କୁ ଚପାଇବା ପାଇଁ ଉଦ୍ୟମ କରି ଉପରୋକ୍ତ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଜୟଶ୍ରୀ ଡାକୁଆଙ୍କ ବିରୁଦ୍ଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଶିକ୍ଷୟତ୍ରୀ ଙ୍କୁ ଘଣ୍ଟ ଘୋଡାଉଥିବା ଜନ ସାଧାରଣରେ ଅଭିଯୋଗ କରିଛନ୍ତି। ସାଧାରଣ ରେ ପ୍ରଶ୍ନ ଉଙ୍କି ମାରୁଛି ଯେ, ଦଣ୍ଡମୁକ୍ତ ଅଞ୍ଚଳରେ ଜଣେ ଶିକ୍ଷୟତ୍ରୀ  ଛାତ୍ରୀଙ୍କୁ ଏପରି  ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ଖବର ଲେଖା ହେବା ଯାଏଁ ବର୍ତ୍ତମାନ ମଧ୍ୟ ଛାତ୍ରୀ ଜଣଙ୍କ ଅସୁସ୍ଥ ରହିଥିବା ଜଣାପଡିଛି। ହେଲେ ଏହି ଘଟଣା ହେବାର ତିନିଦିନ ବିତିଯାଇଥିଲେ ମଧ୍ୟ ଶିକ୍ଷା ବିଭାଗ ଏହା ଉପରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନଥିବା ଜଣାପଡିଛ। ଶିକ୍ଷା ବିଭାଗ ଜାଣି ମଧ୍ୟ ଏହା ଉପରେ ଚୁପ ରହିଥିବା ବର୍ତ୍ତମାନ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏନେଇ ଆମେ  ନୂଆପଡ଼ା ଗୋଷ୍ଠି ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସମ୍ପର୍କ ହୋଇପାରି ନାହିଁ। ଦୋଷି ଶିକ୍ଷୟତ୍ରୀଙ୍କ ବିରୁଦ୍ଧ ରେ କଠୋର କାର୍ଯ୍ୟାନଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରି ଛନ୍ତି
Leave A Reply