୫ଟି ସଚିବ ଙ୍କ ସୁକିନ୍ଦା ଗ୍ରସ୍ଥ ,ସୁକିନ୍ଦା ହେଉଛି ଅର୍ଥନୀତିର ମେରୁଦଣ୍ଡ : ସୁକିନ୍ଦାର ବିକାଶ ପାଇଁ ଅର୍ଥ ର ଅଭାବ ନାହିଁ : ଭି କେ ପାଣ୍ଡିଆନ
ଦାନଗଦି, ତା ୧/୯ : ସୁକିନ୍ଦା ନିର୍ବାଚନ ମଣ୍ଡଳୀ କୁ ମୁଖ୍ୟମନ୍ତ୍ରୀ ଭଲ ପାଆନ୍ତି ଦାନଗଦି ବ୍ଲକ ଜଅ°ର ଖେଳ ପଡ଼ିଆ ଠାରେ ୫ ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ଆଜି ଦିନ ୧୧ ଟା ୪୫ ରେ ପହଞ୍ଚି ଥିଲେ, ସେଠାରେ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ୫ ଟି ସଚିବ ପହଁଞ୍ଚିବା ପରେ ସିଧା ସଳଖ ଲୋକଙ୍କ ପାଖକୁ ଯାଇ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଶୁଣିଛନ୍ତି ଲୋକଙ୍କ ସୁଖ ଦୁଃଖ ଏବଂ ହାନୀ ଲାଭ । ସେପ୍ଟେମ୍ବର ୮ ତାରିଖ ଭିତରେ ସୁକିନ୍ଦା କୁ ଭଲ ଖବର ଦେବେ ମୁଖ୍ୟମନ୍ତ୍ରୀ। ମନ୍ଦିର , ମସଜିଦ ଓ ଚର୍ଚ୍ଚ ପାଇଁ ଯେଉଁ ଦରଖାସ୍ତ ମିଳିଛି ସେସବୁ କୁ ବିଚାର କରି ତୁରନ୍ତ ଅନୁଦାନ ଯୋଗାଇ ଦେବେ ମୁଖ୍ୟମନ୍ତ୍ରୀ। କାମ ଭଲ କଲେ ଦ୍ଵିତୀୟ ଓ ତୃତୀୟ କିସ୍ତି ରେ ଅନୁଦାନ ଯୋଗାଇ ଦିଆଯିବ ବୋଲି କହିଥିଲେ। ପାଇବା ପାଣି ପାଇଁ ଯେଉଁ ସବୁ ଅଭିଯୋଗ ଆସିଛି ଦୁଇ ଦିନ ମଧ୍ୟରେ ତାହାର ସମାଧାନ କରାଯିବ,କାଲି ସକାଳୁ ଇଞ୍ଜିନିୟର ମାନେ ଯାଇ ପହଂଚି ତୁରନ୍ତ ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ସୁକିନ୍ଦା ବ୍ଲକ ର ଘରେ ଘରେ ପିଇବା ପାଣି ପହଞ୍ଚାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ୩୪୦ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। କାମ ଆସନ୍ତା ମାର୍ଚ୍ଚ ମାସ ୨୦୨୪ ସୁଦ୍ଧା ଶେଷ ହେବ ବୋଲି କହିଥିଲେ ସଚିବ। ଚାଷୀ ମାନଙ୍କ ପାଇଁ ୧୦୪ କୋଟି ର ମେଗା ଲିଫ୍ଟ କାମ ଚାଲିଛି ଏହା ଶେଷ ହେଲେ ୯ ହଜାର ହେକ୍ଟର ଜମି ଜଳ ସେଚିତ ହେବ। ସେହିପରି ସୁକିନ୍ଦା ସିଏଚସି କୁ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦେବା ପାଇଁ ୧୫ କୋଟି ଟଙ୍କା ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି। ରାସ୍ତା ଘାଟ ଓ ପାଣ୍ଡରା ନାଳ ଉପରେ ସେତୁ ନିର୍ମାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ୨.୫ କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି। ଆସନ୍ତା ଡ଼ିସେମ୍ବର ମାସ ଶେଷ ସୁଦ୍ଧା ୫ ଟି ସ୍କୁଲ କାମ ଶେଷ ହେବ, ଜିଲ୍ଲା ର ସମସ୍ତ କଲେଜ କୁ ୫ ଟି ଅନ୍ତର୍ଭୁକ୍ତ କରାଯିବ ବୋଲି କହିଥିଲେ। ମୁଖ୍ୟ ମନ୍ତ୍ରୀ ଏସଏଚଜି ମହିଳା ମାନଙ୍କୁ ସହଯୋଗ କରି ଆସୁଛନ୍ତି, ଯାଜପୁର ରେ ଋଣ ହାର ୩ ଲକ୍ଷ ୧୦ ହଜାର ରହିଛି, ଏହାକୁ ବଢ଼ାଇବାକୁ ସେ ମା ମାନଙ୍କୁ ପରାମର୍ଶ ଦେଇଥିଲେ।ଯାଜପୁର ଜିଲ୍ଲା ବର୍ଷକରେ ୫ ଶହ ୪୦ କୋଟି ଟଙ୍କା ଋଣ ନେଇଛନ୍ତି,୩ ବର୍ଷ ଆଗରୁ ୧୭୦ କୋଟି ଟଙ୍କା ଋଣ ନେଇଥିଲେ। ସ୍ବାସ୍ଥ୍ୟ ସେବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଟିଟିଏସ – ମୂଳାସାର ରାସ୍ତା ପାଇଁ ୧୦ କୋଟି ଓ ଉଚ୍ଚବାଲି – ବାଙ୍ଗର କୋଟା ରାସ୍ତା ର ଉନ୍ନତି ପାଇଁ ୧୫ କୋଟି ଟଙ୍କା ଯୋଗାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ସଚିବ ଶ୍ରୀ ପାଣ୍ଡିଆନ କହିଥିଲେ। ପରେ ହେଲିକେପ୍ଟର ଯୋଗେ ଫେରି ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଥୋର, ଏଡିଏମ୍ କଳିଙ୍ଗନଗର ସନ୍ତୋଷ କୁମାର ମିଶ୍ର, କଳିଙ୍ଗନଗର ଏଏସପି ଏସ୍ ଟପୋ, ଦାନଗଦି ଭାରପ୍ରାପ୍ତ ତହସିଲଦାର ନାରାୟଣ ଚନ୍ଦ୍ର ଦୀକ୍ଷିତ ଏବଂଆଇନ ଶୃଙ୍ଖଳା ରକ୍ଷା ପାଇଁ ୩୦ ଜଣ ଅଫିସର ଓ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଥିଲେ।(ଫଟୋ)