Odisha news

ତୁଳସୀ ବୃକ୍ଷ ନିକଟରେ କଦାପି ରଖନ୍ତୁ ନାହିଁ ଏହି ୫ଟି ଜିନିଷ, ଆଣି ଦେଇଥାଏ ଘର ଓ ପରିବାର ପ୍ରତି ବିପଦ 

0
ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷ ଅଗଣାରେ ରହିବ ଖୁବ ଶୁଭ ହୋଇଥାଏ l ଏହାଛଡା ଏହା ଔଷଧୀୟ ଗୁଣରେ ମଧ୍ୟ ଭରପୁର ହୋଇଥାଏ l ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ରରେ ତୁଳସୀ ବୃକ୍ଷକୁ ଖୁବ ମହତ୍ୱ ଦିଆଯାଇ ଥାଏ l କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏଭଳି କିଛି ଜିନିଷ ରହିଛି ଯାହାକୁ କଦାପି ତୁଳସୀ ନିକଟରେ ରଖିବା ଉଚିତ ନୁହେଁ l ଏହିସବୁ ଜିନିଷ କୁ ଯଦି ତୁଳସୀ ନିକଟରେ ରଖିବା ତେବେ ମଲକ୍ଷ୍ମୀ ରୁଷ୍ଟ ହୋଇ ଥାଆନ୍ତି ଓ ପରିବାର ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିଥାଏ l ଆସନ୍ତୁ ଜାଣିବା ଏଭଳି ୫ଟି ଜିନିଷ ଯାହାକୁ ତୁଳସୀ ବୃକ୍ଷ ନିକଟରେ ଭୁଲ ରେ ମଧ୍ୟ ରଖିବା ଉଚିତ ନୁହେଁ l
* ଝାଡୁ ଓ ଡଷ୍ଟବିନ – ତୁଳସୀ ବୃକ୍ଷ ନିକଟରେ କଦାପି ଝାଡୁ, ଅଳିଆ ଆବର୍ଜନା ଓ ଡଷ୍ଟବିନ ରଖନ୍ତୁ ନାହିଁ l ଏହିସବୁ ଜିନିଷ ଶୁଦ୍ଧ ନୁହେଁ, ଏହାଛଡା ତୁଳସୀ ବୃକ୍ଷ ରହୁଥିବା ସ୍ଥାନରେ ଅପରିଷ୍କାର କରିବା ଉଚିତ ନୁହେଁ l ତୁଳସୀ ନିକଟ ଅପରିଷ୍କାର ହେବା ଦ୍ୱାରା ମଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି l
* ଭଗବାନ ଗଣେଶ ଙ୍କ ମୂର୍ତ୍ତି – ଧାର୍ମିକ ମାନ୍ୟତା ଅନୁସାରେ ଏକଦା ଶ୍ରୀଗଣେଶ ଭଗବାନ ନଦୀ କୂଳରେ ବସି ତପସ୍ୟା କରୁଥିଲେ, ସେହି ସମୟରେ ସେହି ବାଟ ଦେଇ ତୁଳସୀ ଯାଉଥିଲେ l ସେ ଗଣେଶ ଙ୍କ ସୁନ୍ଦର ଛବି ଦେଖି ମୋହିତ ହୋଇ ଯାଇଥିଲେ ଓ ସେ ଗଣେଶ ଙ୍କ ସମୁଖରେ ବିବାହ ପ୍ରସ୍ତାବ ରଖିଲେ, କିନ୍ତୁ ଶ୍ରୀଗଣେଶ ତାଙ୍କୁ ବିବାହ କରିବାକୁ ପ୍ରତ୍ୟାଖ୍ୟାନ କରିବାରୁ ସେ ଅଭିଶାପ ଦେଇଥିଲେ ଯେ ତାଙ୍କର ଗୋଟିଏ ନୁହେଁ ୨ଟି ପତ୍ନୀ ହେବ l
* ଶିବଲିଙ୍ଗ – କଦାପି ତୁଳସୀ ନିକଟରେ ଶିବ ଲିଙ୍ଗ ରଖିବା ଉଚିତ ନୁହେଁ l କିମ୍ବା ଭଗବାନ ଶିବ ଙ୍କ ବଂଶ ମଧ୍ୟ ରଖିବା ଉଚିତ ନୁହେଁ l ଏହା ପଛରେ ମାନ୍ୟତା ରହିଛି ଯେ ପୂର୍ବ ଜନ୍ମ ରେ ତୁଳସୀ ଙ୍କ ନାମ ବୃନ୍ଦା ଥିଲା, ଯିଏ କି ରାକ୍ଷସ ଜଳନ୍ଧର ର ପତ୍ନୀ ଥିଲା l ଯେତେବେଳେ ରାକ୍ଷସ ଜଳନ୍ଧର ର ଉପଦ୍ରଵ ବଢିଥିଲା ଭଗବାନ ବିଷ୍ଣୁ ବୃନ୍ଦା ଙ୍କ ସତୀତ୍ଵ ହରଣ କରିଥିଲେ ଓ ଭଗବାନ ଶିବ ବଧ କରିଥିଲେ l ତେଣୁ ଭଗବାନ ଶିବ ଙ୍କ କୌଣସି ପୂଜାରେ ତୁଳସୀ ପ୍ରୟୋଗ କରାଯାଏ ନାହିଁ l
* ଜୋତା ଚପଲ – ତୁଳସୀ ଚଉଁରା ନିକଟରେ କଦାପି ଜୋତା ଚପଲ ରଖିବା ଉଚିତ ନୁହେଁ l ଏହାଦ୍ୱାରା ଘରର ସୁଖ ସମୃଦ୍ଧି ରେ ବାଧା ଆସିଥାଏ l ଦରିଦ୍ରତା ଛାଇ ରହିଥାଏ l
* କଣ୍ଟାଯୁକ୍ତ ଗଛ – ତୁଳସୀ ବୃକ୍ଷ ନିକଟରେ କଣ୍ଟା ଯୁକ୍ତ ଗଛ କଦାପି ରଖନ୍ତୁ ନାହିଁ l ଏହା ଘରକୁ ନକାରାତ୍ମକ ପ୍ରଭାବ ପକାଇ ଥାଏ l ଏହାଛଡା ଶୁଭ କାର୍ଯ୍ୟ ରେ ବିଘ୍ନ ଆଣିଥାଏ l
Leave A Reply