ଖଇରା-୩୦/୦୮ : ଭଦ୍ରକରୁ ୧୭୦ଗୋରୁଙ୍କୁ ଅମାନୁଷିକ ଭାବେ ଖଇରା ରାସ୍ତା ଦେଇ ଚଲାଇ ଚଲାଇ ଉଦଳା ନିଆଯାଉଥିବା ବେଳେ ଖଇରା ପୋଲିସ ଦ୍ୱାରା ଓଝାପୋଖରୀ ଛକ ନିକଟରେ ଉଦ୍ଧାର କରାଯାଇଥିଲା । ଗୋରୁ ବ୍ୟବସାୟୀ ମାନେ କୌଶଳ କ୍ରମେ ୬୦ଟି ଗୋରୁ ଖସାଇ ନେଇ ପଳାଇବାକୁ ସକ୍ଷମ ହୋଇଥିବା ବେଳେ ବାକି ଗୋରୁ ମାନଙ୍କୁ ମଇତାପୁର ଗୋଶାଳାକୁ ପଠାଇ ଦିଆଯାଇଛି । ଗୋରୁ ଗୁଡିକୁ ଭଦ୍ରକ ଗୁଜିଦରଡା ହାଟରୁ କିଣି ଚଲାଚଲାଇ ଉଦଳା ନିଆଯାଉଥିବା ବେଳେ ଖଇରା ଥାନା ଅଧୀନ ନନ୍ଦୁର ନିକଟରେ ବିଶ୍ୱହିନ୍ଦୁ ପରିଷଦର କର୍ମକର୍ତ୍ତା ମାନେ ଅଟକାଇ ପୋଲିସକୁ ଖବର ଦେଇଥିଲେ । ଆଇଆଇସି ଗୟାଧର ବେହେରାଙ୍କ ନେତୃତ୍ୱରେ ପୋଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଗୋରୁ ମାନଙ୍କୁ ଉଦ୍ଧାର କରିଥିଲେ ହେଁ ଭଦ୍ରକ ବ୍ୟବସାୟୀ ମାନେ ପାଖାପାଖି ୬୦ଗୋରୁ ଖସାଇ ନେଇ ପଳାଇବାକୁ ସକ୍ଷମ ହୋଇଥିଲେ ।
