ନୀଳଗିରି-୩୦/୦୮ : ପବିତ୍ର ରକ୍ଷାବନ୍ଧନ ଅବସରରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଜ ଗ୍ରାମ ଗୋପିନାଥପୁର ସମେତ ନୀଳଗିରି ଡାକ୍ତରଖାନା, ଶିଶୁ ମନ୍ଦିର, ନୀଳଗିରି ଜେଲରେ ରାକ୍ଷୀ ବାନ୍ଧିବା ସହିତ ମିଷ୍ଟାନ୍ନ ବଣ୍ଟନ କରି ରାକ୍ଷୀ ପୂର୍ଣ୍ଣିମାକୁ ପାଳିଛନ୍ତି । ଡାକ୍ତରଖାନାରେ କାର୍ଯ୍ୟରତ ଥିବା ନର୍ସମାନଙ୍କୁ ଦେଖି ସେମାନଙ୍କ ନିଷ୍ଠାପର କାର୍ଯ୍ୟରେ ଖୁସି ହୋଇଥିଲେ ସାଂସଦ । ସମସ୍ତେ ଦିଦି ବୋଲି ଡାକୁଥିଲେ ମଧ୍ୟ ନିଜ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ଛାଡ଼ି ରୋଗାଗ୍ରସ୍ତ ହୋଇପଡ଼ିଥିବା ଭାଇମାନଙ୍କର ସ୍ୱାସ୍ଥ୍ୟର ଯନô ନେବାରେ ଲାଗିପଡ଼ିଛନ୍ତି । ସାଂସଦ ଉକ୍ତ ଦିଦି ମାନଙ୍କ ଠାରୁ ରାକ୍ଷୀ ବାନ୍ଧି ସେମାନଙ୍କୁ କର୍ମ ନିଷ୍ଠାପରତା ପାଇଁ ସାଧୁବାଦ ଜଣାଇଥିଲେ । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଭାଇମାନଙ୍କ ହାତରେ ନିଜର କର୍ମୀମାନଙ୍କ ଦ୍ୱାରା ରାକ୍ଷୀ ବାନ୍ଧିବା ସହିତ ଚିକିତ୍ସିତ ହେଉଥିବା ଭଉଣୀମାନଙ୍କ ଠାରୁ ନିଜ ରାକ୍ଷୀ ବାନ୍ଧି ସେମାନଙ୍କ ସୁଖଦୁଃଖରେ ଛିଡ଼ା ହେବାପାଇଁ ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ମନୋରଂଜନ ବେହେରା, ସୂର୍ଯ୍ୟକାନ୍ତ ବିଶ୍ୱାଳ, ଦେବାଶିଷ ଆ·ର୍ଯ୍ୟ, ରାକେଶ ମହଲ ପ୍ରମୁଖ ଉପସ୍ଥିତ ଥିଲେ ।
