Odisha news

ବାଇକ୍ ଚୋରକୁ ଗାଁ ଲୋକେ ଧରି ନିସ୍ତୁକ ମାଡ ମାରି ପୋଲିସ ଜିମା ଦେଲେ

0

ବାଲିପାଟଣା ୨୮/୦୮: ଗତ କାଲି ବିଳମ୍ବିତ ରାତିରେ ଜଣେ ବାଇକ୍ ଚୋରକୁ  ଗ୍ରାମବାସି କାବୁ କରି  ନିର୍ଧୁମ ଛେଚିବା ପରେ  ଅଭିଯୁକ୍ତ ଯୁବକକୁ ପୋଲିସ ଜୀମା ଦେଲେ। ମିଳିଥିବା  ସୂଚନା ଅନୁଯାୟି ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ଜଣକ ବାଲିପାଟଣା ଥାନା ଅନ୍ତର୍ଗତ ଗୋଲାମହମ୍ମଦପାଟଣାର ଏକ ଘରୁ ବାଇକ୍ ଚୋରି କରୁଥିବା ବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଥିଲା। ଗ୍ରାମବାସୀ ମାନେ ତାକୁ କାବୁ କରି ନିର୍ଧୁମ ମାଡ ମାରିଥିଲେ। ଖବର ପାଇ ବାଲିପାଟଣା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକକୁ ଗ୍ରାମବାସୀଙ୍କ ଠାରୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି। ଅଭିଯୁକ୍ତ ନିଜକୁ ସେଖ୍ ପାଟଣାର ବୋଲି ପରିଚୟ ଦେଉଛି।

Nalco
Leave A Reply