Odisha news

ପିପିଲି ରେ ଡକାୟତି ଯୋଜନା ପଣ୍ଡ,୫ଅଭିଯୁକ୍ତ ଗିରଫ।

0

ପିପିଲି : ପିପିଲି ପୋଲିସ୍ ର ତ୍ଵରିତ କାର୍ଯ୍ୟାନୁଷ୍ଠାନ ଯୋଗୁ ଏକ ବଡ଼ ଧରଣର ଡ଼କାୟତି କୁ ଏଡ଼ାଇ ଦିଆଯାଇ ଥିବା ବେଳେ, ଡକାୟତି ଯୋଜନାରେ ସଂପୃକ୍ତ ୫ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ପିପିଲି ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ ଙ୍କ ଠାରୁ ଜଣାଯାଏ ଶନିବାର ରାତିରେ ପୋଲିସ୍ ନାଇଟ୍ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ବିଶେଷ ସୂତ୍ରରୁ ଖବର ପାଇଲେ ପିପିଲି ଦାଣ୍ଡମୁକୁନ୍ଦପୂର ନିକଟ ଭୋଗୁଆବାଙ୍କ ଠାରେ ଥିବା ଏକ ଟାୟାର ପ୍ରେସର ଦୋକାନରେ ଉକ୍ତ ପାଞ୍ଚ ଜଣ ଅଭିଯୁକ୍ତ  ଡକାୟତି ପାଇଁ ଯୋଜନା କରୁଛନ୍ତି। ପୋଲିସ ତୁରନ୍ତ ସେଠାରେ ପହଞ୍ଚି ଅଭିଯୁକ୍ତ ପାଞ୍ଚ ଜଣଙ୍କୁ କାବୁ କରିବା ସହିତ , ସେମାନଙ୍କୁ ପଚରା ଉଚରା କରିବାରେ ସେମାନେ ସେହି ରାତିରେ ଦାଣ୍ଡମୁକୁନ୍ଦପୁର ରେ ଡ଼କାୟତି କରିବା ପାଇଁ ଯୋଜନା କରିଥିବା ସମ୍ପର୍କରେ ସ୍ଵୀକାର କରିଥିଲେ। ପୋଲିସ ସେମାନଙ୍କ ଠାରୁ କଟୁରୀ, ଛୁରୀ,ଆରି ଏବଂ ଟର୍ଚ୍ଚ ଲାଇଟ୍ ଜବତ କରିଛନ୍ତି। ଏହି ଅଭିଯୁକ୍ତ ମାନେ ହେଲେ  ପିପିଲି ଥାନା ଦାଣ୍ଡମୁକୁନ୍ଦପୂର ସଟଶ ଗ୍ରାମର କରୁଣାକର ଘଡେ଼ଇ ୩୩, ମାନସ ପରିଡ଼ା ୩୫,ରୁଦ୍ରନାରାୟଣ ସ୍ୱାଇଁ ୨୧, ଅମରେସ୍ଵର ଘଡେ଼ଇ ୨୮ଏବଂ ପିପିଲି ଜୟପୁର କିଲାର ଚନ୍ଦନ ବେହେରା ୨୪। ପୋଲିସ ସୂତ୍ରରୁ ଜଣାଯାଏ ଏମାନଙ୍କ ବିରୋଧରେ ପିପିଲି ଏଵଂ ଡେଲାଙ୍ଗ ଥାନାରେ ଅନେକ ଅପରାଧିକ ମାମଲା ରହିଅଛି। କେସ ନମ୍ୱର ୩୯୨/୨୦୨୩ ଦଫା ୩୯୯,୪୦୨ ଆଇ ପି ସି,୨୫ ଆର୍ମସ ଆକଟ ଅନୁଯାୟୀ ମମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରା ଯାଇଅଛି।

Nalco
Leave A Reply