Odisha news

ଅବକାରୀ ଚଢାଉ : ଗଞ୍ଜେଇ ସହିତ ଦୁଇ ଜଣ ଗିରଫ, ସ୍କୁଟି ଜବତ।

0

ଆଠଗଡ଼ ତା ୨୫-୦୮-୨୩ ତିଗିରିଆ ଅଞ୍ଚଳ ରୁ କଟକ ସାଲେପୁର ଅଞ୍ଚଳ କୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବେଳେ ମାଡି ବସିଲା ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ। ଆଠଗଡ଼ ଥାନା ଅନ୍ତର୍ଗତ ପାଟେଣୀଗାଁ ପେଟ୍ରୋଲ ପମ୍ପ ନିକଟରେ ଏ ସ୍କୁଟି ରେ ୨୧.୫୦୦ କେଜି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ସାଲେପୁର ଥାନା ଅନ୍ତର୍ଗତ ମନୋହରପୁର ର ଲକ୍ଷ୍ମଣ ନାୟକ ଏବଂ କୁସୁମ୍ବି ଗ୍ରାମର ପ୍ରକାଶ କୁମାର ବେହେରା ଙ୍କୁ ସ୍କୁଟି ସହିତ ଗିରଫ କରାଯାଇଛି। ଜବତ ଗଞ୍ଜେଇ ର ମୂଲ୍ୟ ୨.୧୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ଏହି ଚଢାଉ ରେ କଟକ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ନିରୀକ୍ଷକ ସଞ୍ଜିତ କୁମାର ବାର୍ଲା ସବ୍ ଇନ୍ସପେକ୍ଟର ଅଜିତ୍ କୁମାର ପାତ୍ର ହେମନ୍ତ କୁମାର ମଲ୍ଲିକ ଙ୍କ ସହିତ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ମାନେ ସାମିଲ ହୋଇଥିଲେ।

Govt
Leave A Reply