ସରି ଭାଇ , ମୋ ନା କିଙ୍ଗ l
ଚୋରି କରିବାର ନୂତନ କୌଶଳ l
ଚୋର ଙ୍କ ର ମଧ୍ୟ ଅଛି ବିବେକ ଓ ଜ୍ଞାନ l
ଚୋର ଲେଖିଲା ଦୋକାନୀ ଭାଇ ଙ୍କୁ ଚିଠି l ହଁ ଆଜ୍ଞା ଚୋରି କରିବାର ଅନେକ ଘଟଣା ଆପଣ ପୂର୍ବରୁ ଶୁଣି ଥିବେ l କିନ୍ତୁ କେବେ ଶୁଣିଛନ୍ତି କି ଚୋର ର ଚିଠି ଲେଖିବା l
ଛତିଶଗଡ଼ ରୁ ସେହିଭଳି ଗୋଟିଏ ଘଟଣା ସାମ୍ନାକୁ ଆସିଛି l ଯେଉଁଠି ଚୋର ଲେଖିଛି ଦୋକାନୀ ଭାଇ ଙ୍କୁ ଚିଠି l ଚିଠି ରେ ଲେଖା ହୋଇଛି ଏହିପରି ” ମତେ କ୍ଷମା କରିଦେବ ଦୋକାନୀ ଭାଇ , ମୋର ମଜବୁରୀ ଥିଲା l ସେଥି ପାଇଁ ମୁଁ ଚୋରି କଲି , ମୋ ନା ହେଉଛି କିଙ୍ଗ l “
ମାମଲାଟି ହେଉଛି ଛତିଶଗଡ଼ ର ନବଗଠିତ ସାରଙ୍ଗଗଡ଼ ବିଲାଇ ଗଡ଼ ଜିଲ୍ଲା ମୁଖ୍ୟାଳୟ ର ଅଟେ l ଏଠାରେ ଗୋଟିଏ କମ୍ପ୍ୟୁଟର ଦୋକାନ ରେ ଗୋଟିଏ ଚୋର ସିନ୍ଧି କରି ୨ ଲକ୍ଷରୁ ଉର୍ଧ୍ଵ ଟଙ୍କାର ସାମଗ୍ରୀ ଚୋରି କରିଛି l ଚୋରି କରି ସାରିବା ପରେ ଦୋକାନୀଙ୍କ ଉଦେଶ୍ୟ ରେ ଗୋଟିଏ ଚିଠି ଲେଖିଛି l ଚୋର ର ହାତ ଲେଖା ଚିଠି କୁ ଆଧାର କରି ପୋଲିସ ଚୋର ନିକଟରେ ଡଗ ସ୍କୱାର୍ଡ ମାଧ୍ୟମ ରେ ପହଂଚିବାକୁ ଚେଷ୍ଟା କରୁଛି l