Odisha news

ବଜ୍ରାଘାତରେ ବିଲରେ ଟଳି ପଡିଲେ ଚାଷୀ 

0
ବୁଗୁଡ଼ା : ତା ୧୭/୦୮/୨୩ : ବିଲରେ କତି ମାରିବା ବେଳେ ବଜ୍ରାଘାତରେ ଟଳି ପଡିଲେ ଚାଷୀ l ଏମିତି ଏକ ଦୁଃଖଦ ଘଟଣା ଘଟିଛି ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଗହଙ୍ଗୁ ଗ୍ରାମରେ l ମୃତ ଚାଷୀ ଜଣକ ହେଲେ ଗହଙ୍ଗୁ ଗ୍ରାମର ସାନୁଜ ପାତ୍ର(୪୦) l ପ୍ରକାଶ ଯେ , ଆଜି ସକାଳୁ ବର୍ଷା ଆରମ୍ଭ ହେବାରୁ ସାନୁଜ ଗାଁ ନିକଟରେ ଥିବା ବିଲରେ କାମ କରିବାକୁ ବାହାରି ପଡିଥିଲେ । ସେ ଜମିରେ କତି ମାରିବା ବେଳେ ସକାଳ ପ୍ରାୟ ୧୦ଟା ସମୟରେ ବଜ୍ରପାତ ହୋଇଥିଲା ଏବଂ ସେହି ବଜ୍ରାଘାତରେ ସେ ବିଲରେ ଟଳି ପଡିଥିଲେ l ଆଖପାଖ ବିଲରେ କାମ କରୁଥିବା ଥିବା ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଆସ୍କା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ ବାଲିପଦର ଫାଣ୍ଡି ଅଧିକାରୀ ସମୀର  କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ କେସ୍ ନଂ ୧୯/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ନିମନ୍ତେ ପଠାଇଥିଲେ ।
Leave A Reply