Odisha news

ପାଣ୍ଡିଆନ ଙ୍କ ଗସ୍ତକୁ ନେଇ ବିଜେପିର କଳା ପତାକା ପ୍ରଦର୍ଶନ

0

ବେତନଟୀ : ଆଜି ଖୁଣ୍ଟାପୁର ପଡ଼ିଆରେ ସରକାରୀ କାର୍ଯ୍ୟକ୍ରମ କୁ ନେଇ ପଣସିଆ ଛକ ଠାରେ ବିଜେପି କର୍ମୀଙ୍କ ଦ୍ୱାରା ଫାଇଭ-ଟି ସଚିବଙ୍କ କାର୍ଯ୍ୟକ୍ରମକୁ ପ୍ରବଳ ବିରୋଧ କରାଯାଇଥିଲା l ପଣସିଆ ଖୁଣ୍ଟାପୁର ମୁଖ୍ୟ ରାସ୍ତାରେ ବିଜେପିର ସ୍ଥାନୀୟ ସରପଞ୍ଚ ବତୀ ସିଂ, ପ୍ରାକ୍ତନ ଜିଲ୍ଲା ପରିଷଦ ବ୍ରଜମୋହନ ବେହେରା, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଭବାନୀ ଶଙ୍କର ସାହୁ, ମନୋଜ ମିଶ୍ର, ଭବାନୀ ଶଙ୍କର ସାହୁ, ପାନଙ୍ଗ ଦାସ, ରତ୍ନାକର ଜେନା, ଚନ୍ଦନ ପାତ୍ର, କ୍ରିଷ୍ଣା ବାରିକ, ମୋହନ ମହାନ୍ତ, ଖଗେଶ୍ୱର ରାଉଳ ମିଥୁନ ମହାନ୍ତିଙ୍କ ସମେତ ଏକାଧିକ ବିଜେପି କର୍ମୀ କଳା ପତାକା ପଦର୍ଶନ କରିଛନ୍ତି l ବିଜେପି କର୍ମୀମାନେ ‘ପାଣ୍ଡିଆନ ଗୋ ବ୍ୟାକ’ ନାରା ଦେବା ସହ ସଭାସ୍ଥଳକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ l ଯେଉଁଥିପାଇଁ ପୁଲିସ ଏବଂ ବିଜେପି କର୍ମୀ କିଛି ସମୟ ପାଇଁ ମୁହାଁମୁହିଁ ମଧ୍ୟ ହୋଇଥିଲେ l କିଛି ଅପ୍ରୀତିକର ପରିସ୍ଥିତି ଉପୁଜିବା ପୂର୍ବରୁ ପୁଲିସ ବିରୋଧ ସ୍ଥଳରୁ ରତ୍ନାକର, ପାନଙ୍ଗ, ବଂଶୀଧର ଜେନା , ହିମାଂଶୁ, ମୃତ୍ୟୁଞ୍ଜୟ ପଣ୍ଡା, ଲମ୍ବୋଦର ଲେଙ୍କା, ବିଶ୍ୱରଂଜନ ସାହୁ, ମୋହନ, ବିଦେଶୀ ସିଂ ଓ ବ୍ରଜମୋହନ ବେହେରା ପ୍ରମୁଖଙ୍କୁ ଉଠାଇ ନେଇ କିଛି ସମୟ ଥାନାରେ ଅଟକ ରଖିବାପରେ ଛାଡିଦେଇଥିଲେ l ଏହା ପରେ ବିଧାୟକ ସନାତନ ବିଜୁଳି ଥାନାରେ ପହଞ୍ଚି କର୍ମୀମାନଙ୍କ  ସହିତ ଶୋଭାଯାତ୍ରା ବଜାର ପରିକ୍ରମା କରି ଗିରଫଦାରୀ କୁ ବିରୋଧ କରିଥିଲେ।

Leave A Reply