Odisha news

ଭୁଜାଲି ଦେଖାଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟି ନେଲେ।

0
ବାଲିପାଟଣା ୧୨/୦୮: ବାଲିପାଟଣା ଥାନା ଅନ୍ତର୍ଗତ ବରଦାପଡା ନିକଟରୁ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଭୁଜାଲି ଦେଖାଇ ୧୮୮୦୦ ଟଙ୍କା ଲୁଟି ନେଇଛନ୍ତି। ଏ ବିଷୟରେ ସମ୍ପୃକ୍ତ ଫାଇନାନ୍ସ କର୍ମଚାରୀ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ ଜାରୀ ରହିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,ସବୁଦିନ ପରି ଆଜି ଅନ୍ନପୂର୍ଣ୍ଣା ଫାଇନାନ୍ସ ସଂସ୍ଥାର କଲେକ୍ସନ ଏଜେଣ୍ଟ ପ୍ରଜ୍ଞା ଦାସ ଋଣ ଅର୍ଥ ଆଦାୟ ପାଇଁ ବଡମାଛପୁର ଗ୍ରାମକୁ ଯାଇଥିଲେ। ସେଠାରୁ ସେ ଟଙ୍କା ଆଦାୟ କରି ନିଜ ଗାଡିରେ ବରଦାପଡା ଗ୍ରାମ ଅଭିମୁଖେ ଆସୁଥିବା ବେଳେ ଏକ ନାଲି ରଙ୍ଗର ବାଇକୀ ରେ ଦୁଇଜଣ ଯୁବକ ତାଙ୍କୁ ଅଟକାଇ ଥିଲେ।ସେ ରହିଯିବାରୁ ସଙ୍ଗେ ସଙ୍ଗେ ତାଙ୍କୁ ଭୁଜାଲି ଦେଖାଇ ଟଙ୍କା ବ୍ୟାଗ୍ ମାଗିଥିଲେ।ସେ ବ୍ୟାଗ୍ ନ ଛାଡ଼ିବାରୁ ଭୁଜାଲିରେ ମାରିଦେବାକୁ ଧମକ ଦେଇଥିଲେ। ପ୍ରଜ୍ଞା ଠାରୁ ଟଙ୍କା ବ୍ୟାଗ୍ ଛଡ଼ାଇ ନେଇ ଚମ୍ପଟ୍ ମାରିଥିଲେ। ପ୍ରଜ୍ଞା ଏ ବିଷୟରେ ନିଜର ଫାଇନାନ୍ସ ସଂସ୍ଥାକୁ ଜଣାଇବା ସହ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ପାଇବା ପରେ ଘଟଣା ସ୍ଥଳକୁ ଯାଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଥାନା ଆଇ ଆଇ ସି ଓମ୍ ପ୍ରକାଶ ମହାନ୍ତି କୁହନ୍ତି ,ପ୍ରତି ମାସରେ ଏପରି ଅଭିଯୋଗ ଆସୁଛି,। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ବାଲିପାଟଣା ପୋଲିସ ପକ୍ଷରୁ ବ୍ୟାପକ ତଦନ୍ତ ମଧ୍ୟ ହେଉଛି। ହେଲେ ଋଣ ଅର୍ଥ ଆଦାୟ ପାଇଁ ଫାଇନାନ୍ସ କର୍ମଚାରୀମାନେ ଏକୁଟିଆ ନ ଯିବା ପାଇଁ ବାରମ୍ଵାର ତାଗିଦ୍ ସତ୍ତ୍ୱେ ଫାଇନାନ୍ସ କମ୍ପାନୀମାନେ ମାନୁ ନାହାଁନ୍ତି।
Leave A Reply