ସୋର,୫/୮ : କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, କଟକ, ୟୁନିଟ -୨ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବାଇକ ସହ ଦେଶୀମଦ ଜବତ କରିଥିବା ବେଳେ ତିନି ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି କମିଶନର ରଜତ ପ୍ରହରାଜଙ୍କ ନିର୍ଦେଶ କ୍ରମେ ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରତାପଚନ୍ଦ୍ର ଦାସ ଙ୍କ ତତ୍ୱାବଧାନରେ ଆଇଆଇସି ସତ୍ୟଜିତ ଖଟୁଆଙ୍କ ନେତୃତ୍ୱରେ ଏକ ଆଜି ସକାଳେ ସିମୁଳିଆ ଥାନା ଜାମୁଝାଡ଼ି ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସିମୁଳିଆ ଥାନା ରାମ୍ପୋ ଗ୍ରାମର ବବୁଲ ନାୟକ (୨୦) ଓଡି ୦୧ ଏଏମ ୧୮୫୯ ନମ୍ବର ବିଶିଷ୍ଟ ହିରୋ ପ୍ଲେଜର ସ୍କୁଟି ଯୋଗେ ବସୁଦେବପୁରରୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ତାଙ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ ପରେ ୩୦ ଲିଟର ଦେଶୀମଦ ଚାଲାଣ ହେଉଥିବା ଜାଣିପାରି ବାଇକ ସହ ମଦକୁ ଜବତ କରିବା ସହିତ ବବୁଲ କୁ ଗିରଫ କରିଥିଲେ। ସେହିପରି ମାର୍କୋଣା ପୋଲ ନିକଟରେ ସେକ ତୋଫାନ(୨୭) ଓ ଶୁଭଙ୍କର ଶିଅଳ (୨୬) ଓଆର ୨୨ଏଫ ୦୩୮୦ ନମ୍ବର ବିଶିଷ୍ଟ ଏକ ୟାମାହା ୟେସ ବାଇକ ଯୋଗେ ଅଡ଼ାରୁ ବାଲିଖଣ୍ଡ ଯାଉଥିବା ବେଳେ ବାଇକକୁ ଅଟକାଇ ଯାଞ୍ଚ କରାଯିବା ପରେ ୧୦୦ ଲିଟର ଦେଶୀମଦ ଚାଲାଣ କରୁଥିବା ଜାଣିପାରିଥିଲେ। ଫଳରେ ବାଇକ ସହ ମଦ ଜବତ କରି ଉଭୟଙ୍କୁ ଗିରଫ କରିଥିଲେ। ଅପରାହ୍ଣରେ ସମସ୍ତ ୩ ଜଣଙ୍କ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଏସଆଇ ଦିବ୍ୟଜ୍ୟୋତି ସତ୍ୟପ୍ରକାଶ,ଏଏସଆଇ ରମେଶ ଚନ୍ଦ୍ର ବାରିକ, କିଶୋର ରାଉତ, ଆଲୋକ ଖଟୁଆ ଓ କନେଷ୍ଟବଳ ରାଜେଶ କିଷାନ, ବସନ୍ତ ମଲ୍ଲିକ,ସୁମିତ୍ରା ସାମଲ,ମାନସ ରଞ୍ଜନ ବେହେରା, ସତ୍ୟବ୍ରତ ସାହୁ, ଧବୀର ପଟ୍ଟନାୟକ ଓ ଜଗନ୍ନାଥ ନାୟକ ପ୍ରମୁଖ ସାମିଲ ହୋଇଥିଲେ।
