Odisha news

ଦାନଗଦି ବ୍ଲକ ମହିଳା ନେତ୍ରୀଙ୍କୁ ମିଶନ ଶକ୍ତି କର୍ମଶାଳାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

0
ଦାନଗଦି, ତା ୫/୮  : ମିଶନ ଶକ୍ତି ଆୟୋଜନ ରେ ଭୁବନେଶ୍ଵର ଠାରେ ତିନି ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟମନ୍ତ୍ରୀ ଙ୍କ ଉପସ୍ଥିତିରେ ମିଶନ୍ ଶକ୍ତି ର ଉପାଦେୟତା ଉପରେ ଅଭିଭାଷଣ ରଖି ଦାନଗଦି ବ୍ଲକ୍ ମହିଳା ସଭାନେତ୍ରୀ କୁସୁମ ଘଡାଇ ଏହି କର୍ମଶାଳା ରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି l
ସୂଚନା ମୁତାବକ ୫ ଟି ଜିଲାର ୮୦ ଜଣ ବ୍ଲକ୍ ସ୍ତରୀୟ ଫେଡେରେସନ ମହିଳା ନେତ୍ରୀ ମାନଙ୍କୁ ନେଇ ଭୁବନେଶ୍ବର ଠାରେ ମିଶନ୍ ଶକ୍ତି ଭବନ ରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା l ଏଥିରେ ଦାନଗଦି ବ୍ଲକ ବିଏଲଏଫ ସଭାନେତ୍ରୀ କୁସୁମ ଘଡାଇ, ସଂଯୋଜିକା କେଶୀଲତା ରାଉତ, ସଂପାଦିକା କୌଶଲ୍ୟା ବଳ, କୋଷାଧକ୍ଷ ସବିତା ସାହୁ ଓ ଯୁଗ୍ମ ସଂପାଦିକା ଆର୍ଯ୍ଯବାଳା ସିଂ ପ୍ରମୂଖ ସାମିଲ ହୋଇଥିଲେ l ମିଶନ୍ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ପାଣ୍ଡିଆ, ମିଶନ ଶକ୍ତି ସଚିବ ଓ ସମନ୍ୱିତ ମହିଳା ଓ ଶିଶୁ ବିକାଶ ସଚିବ ପ୍ରମୂଖ ଙ୍କ ଦ୍ଵାରା ମିଶନ ଶକ୍ତି ଉପରେ ବକ୍ତବ୍ୟ ରଖିବାକୁ ଶ୍ରୀମତୀ ଘଡାଇ ଚୟନ ହୋଇଥିଲେ l ନାରୀ ସଶକ୍ତକରଣ କ୍ଷେତ୍ରରେ ଓ ମିଶନ ଶକ୍ତି ର ଭୂମିକା ସମ୍ପର୍କରେ ସେ ନିଜ ବକ୍ତବ୍ୟ ରଖିଥିଲେ l ୭୦ ଲକ୍ଷ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମ କୁ ସେ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରି ପାରିଥିଲେ l କର୍ମଶାଳା ରେ ମହିଳା ନେତ୍ରୀ ମାନଙ୍କ ଶିକ୍ଷଣୀୟ ଅନୁଭୂତି ଶୁଣି ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଶଂସା କରିଥିଲେ l(ଫଟୋ)
IEC 2 years
Leave A Reply