ଧନର ଦେବୀ ଲକ୍ଷ୍ମୀ ଯେଉଁଠି ବାସ କରନ୍ତି, ସେଠାରେ କଦାପି ଧନର ଅଭାବ ହୋଇ ନଥାଏ l ବାସ୍ତୁ ଶାସ୍ତ୍ର ଅନୁସାରେ ମଧ୍ୟ ନିଜ ଘରେ ଲକ୍ଷ୍ମୀଙ୍କ ସହିତ ଜଡିତ ଜିନିଷ ରଖିବା ଖୁବ ଶୁଭ ହୋଇଥାଏ l ଯାହାଦ୍ୱାରା ଘରକୁ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l ଏହାଛଡା ଘରେ ସର୍ବଦା ସକାରାତ୍ମକ ସ୍ଥିତି ରହିଥାଏ l
* ବାସ୍ତୁଶାସ୍ତ୍ର ଅନୁସାରେ ମା ଲକ୍ଷ୍ମୀଙ୍କ ଚରଣ ଯଦି ଘରର ମୁଖ୍ୟ ଦ୍ୱାର ସମୁଖରେ ଘର ଭିତରକୁ ମୁହଁ ହୋଇ ରହିଥିବ ତେବେ କଦାପି ଆର୍ଥିକ ଅସୁବିଧା ହେବ ନାହିଁ l କାହିଁକି ନା ଏହାଦ୍ୱାରା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ l
* ମାନ୍ୟତା ଅନୁସାରେ ମୁଖ୍ୟଦ୍ଵାର ରେ ଏହାକୁ ରଖିବା ଦ୍ୱାରା ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି ଓ ଘରକୁ ଧନର ଆଗମନ ହୋଇଥାଏ l
* ମା ଲକ୍ଷ୍ମୀଙ୍କ ଚରଣ କମଳ ଘରର ମୁଖ୍ୟ ଦ୍ୱାର ରେ ରଖିବା ପୂର୍ବରୁ ଦିଗ ର ଧ୍ୟାନ ନିହାତି ରଖିବା ଜରୁରୀ l ଯଦି ଠିକ ଦିଗ ରେ ରଖାଯାଏ ନାହିଁ ତେବେ ଲାଭ ପରିବର୍ତେ କ୍ଷତି ହୋଇଥାଏ l
* ସବୁବେଳେ ମାଙ୍କ ଚରଣକମଳ ଦକ୍ଷିଣ ପୂର୍ବ ଦିଗରେ ରହିବl ଖୁବ ଶୁଭ ହୋଇଥାଏ, ଦକ୍ଷିଣ ପୂର୍ବ ଦିଗରେ ଯଦି ରଖିବେ ରୂପାର ଚରଣକମଳ ରଖନ୍ତୁ l
* ଯଦି ଆପଣ ଉତ୍ତର ପୂର୍ବ ଦିଗରେ ରଖୁଛନ୍ତି ତେବେ ତମ୍ବା କିମ୍ବା ପିତଳ ର ଚରଣକମଳ ରଖନ୍ତୁ l ଆଉ ଦକ୍ଷିଣ-ପଶ୍ଚିମ କିମ୍ବା ଉତ୍ତର – ପଶ୍ଚିମ ଦିଗରେ ଯଦି ରଖିବେ ତମ୍ବା ଖୁବ ଶୁଭ ହୋଇଥାଏ l
* ଏହାଛଡା ବାସ୍ତୁ ଅନୁସାରେ ଧାତୁରେ ନିର୍ମିତ ଲକ୍ଷ୍ମୀଙ୍କ ପାଦ ଖୁବ ଶୁଭ ହୋଇଥାଏ, ଏହା ସହିତ ଆପଣ ସ୍ୱସ୍ତିକ ଚିହ୍ନ ମଧ୍ୟ ଧାତୁ ର ମୁଖ୍ୟ ଦ୍ୱାରରେ ଲଗାଇବା ଶୁଭ ହୋଇଥାଏ l
