Odisha news

ଗୋବରଘାଟି ଗ୍ରାମ ମଥୁରା ବାନାରା ଙ୍କ ଘରୁ ଲକ୍ଷାଧିକ ଟଙ୍କାର ସମ୍ପତି ଚୋରୀ

0

ଡୁବୁରି : କଳିଙ୍ଗନଗର ଥାନା ଅନ୍ତର୍ଗତ ଗୋବରଘାଟିସ୍ଥିତ ଟାଟା ପୁନଃର୍ବାସ ଓ ଥଇଥାନ କଲୋନୀ ଫେଜ – ୧ ରେ ସୋମବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସମ୍ପତି ଚୋରୀ ହୋଇଥିବାର କଳିଙ୍ଗନଗର ଥାନା ରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ସୂଚନା ମୁତାବକ ଏହି କଲୋନୀରେ ମଥୁରା ବାନରା ଘରୁ ସୋମବାର ରାତିରେ ପ୍ରାୟ ୫/୭ ଜଣ ଚୋର ମୁହଁରେ କଳା କପଡା ଘୋଡାଇବା ସହିତ ସେମାନଙ୍କ ହାତରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରି ଘର କବାଟ ଭାଙ୍ଗି ଭିତରେ ପଶିଥିଲେ । ପ୍ରଥମେ ସେମାନେ ଶୋଇଥିବା ମଥୁରାର ସ୍ତ୍ରୀ ଙ୍କ କୋଠରୀ କବାଟ ଭାଙ୍ଗି ପଶିଥିଲେ । ସେହି ରୁମରେ ମଥୁରା ବାନରଙ୍କ ସ୍ତ୍ରୀ ଏବଂ ୨ଝିଅ କବାଟ ଭାଙ୍ଗିବା ଶବ୍ଦ ଶୁଣି ହଠାତ୍ ଉଠିପଡ଼ିଥିଲେ । ସେମାନେ କିଛି ଜାଣିବା ପୂର୍ବରୁ ଚୋରମାନେ ତାଙ୍କ ବେକରେ ଛୁରୀ ଓ ବଂନ୍ଧୁକ ଲଗାଇ ପାଟି ନକରିବାକୁ ଧମକ ଦେବା ସହିତ ଆଲମାରିର ଚାବି ମାଗିଥିଲେ । ଚାବୀ ନଦେବାରୁ ତାଙ୍କୁ ମାଡମାରି ତଳେ ଶୁଆଇ ସେମାନଙ୍କ ଉପରେ ଏକ କମ୍ବଳ ଘୋଡ଼ାଇ ଦେଇ ଚୋରି କାର୍ଯ୍ୟ ଆରମ୍ଭ ଥିଲେ । ସେମାନଙ୍କ ଘରୁ ସୁନା ଚେନ୍ ୪ ଗୋଟି , ମଙ୍ଗଳସୂତ୍ର ଡାଇମଣ୍ଡ ୧ ଗୋଟି , ସୁନାଚୁଡି ୩ହଳ , ସୁନା କାନଫୁଲ ୯ହଳ , ସୁନା ମୁଦି ୨ଟା , ସୁନାର ନେକଲେସ ୨ଟା ଓ ରୁପା ପାଉଁଜୀ ୨ହଳ ସହ ପ୍ରାୟ ୨୦ ହଜାର ଟଙ୍କା ଲୁଟି ନେଇଥିଲେ । ଚେରୀ ହୋଇଇଥିବା ସଂମ୍ପର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ବ ହେବ । ଅଭିଯୋଗ ମିଳିବା ପରେ ଥାନା ଆଇଆଇସି ରଂଜନ କୁମାର ପ୍ରଧାନ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।

Nalco
Leave A Reply