Odisha news

ଯୁବତୀ କୁ ଧର୍ଷଣ କରି ହତ୍ୟା କରିଥିବା ଯୁବକ ଥାନାରେ ଅଟକ.

0
ଢ଼େଙ୍କିକୋଟ  :  ହରିଚନ୍ଦନପୁର ଥାନା ଅନ୍ତର୍ଗତ ସିଂହବିଲା ଗ୍ରାମ ନିକଟବର୍ତ୍ତି ମୁଷଳନଦୀ ନିକଟରେ ଏକ ଅଜଣା ଯୁବତୀର ମୃତ ଦେହ ଉଦ୍ଦାର ହୋଇଥିଲା l ତେବେ ୨୪ ଘଣ୍ଟା ମଧ୍ୟରେ ଆସାମୀ ଧରାପଡ଼ିଛି l ଖବର୍ ନେବାରୁ ଜଣାଯାଏ ଯେ ଘସିପୁରାଥାନା ଅନ୍ତର୍ଗତ ମୁରାବାଲି ଗ୍ରାମର ଲକି ମୁଖି (୧୭) ଛଦ୍ମନାମୀ ଝିଅଟି ବାଙ୍ଗାଲୋର ରେ କମ୍ପାନୀରେ କାମ କରୁଥିଲା l କିଛିଦିନ ହେବ ସେ ଘରକୁ ଆସିଥିଲା l ଗତକାଲି ସେ ହରିଚନ୍ଦନପୁର ଥାନା ଅନ୍ତର୍ଗତ ଅଜା ଘରକୁ ବୁଲି ଆସିବାକୁ ଜିଦ୍ କରିଥିଲା  l ତେବେ ବାପ ପ୍ରଚୁର ମଦ୍ୟପାନ କରିଥିବାରୁ ଲକି ବାପ ସହିତ ଆସିବାକୁ ଅରାଜି ହୋଇଥିଲା l ତେଣୁ ବାପ ଘର ପାଖର ଏକ ପାତ୍ର ପିଲା ସହିତ ଝିଅକୁ ଅଜା ଘରକୁ ପଠେଇ ଦେଇଥିଲା l ବାଟରେ ଉକ୍ତ ଯୁବକ ଝିଅକୁ ପ୍ରେମ ନିବେଦନ କରିଥଲା l ତେବେ ଝିଅ ଅରାଜି ହେବାରୁ ମୁଷଳନଦୀ ନିକଟରେ ବାଇକ ରଖି ଝିଅର ଚୁନରି ରେ ତା ବେକକୁ ଗୋଡ଼ାଇ ଚିପି ମାରିଦେଇଥିଲା l ପରେ ପରେ ତାକୁ ରାସ୍ତା କଡରୁ ଭିତତକୁ ନେଇ ତା ମଲା ଦେହ ସହିତ ଦୁଷ୍କର୍ମ କରିଥିଲା, ଶେଷରେ ଏକ ପଥର ଦ୍ବାରା ତା ମୁହଁ କୁ ଛେଚି ବିକୃତ କରିଦେଇଥିଲା l ହରିଚନ୍ଦନପୁର ଥାନା ଅଧୀକାରୀ ଛାନଭିନ ଖୋଜାଖୋଜି କରି ଆଜି ଉକ୍ତ ଯୁବକ କୁ ଘସିପୁରା ଅଂଚଳରୁ ଗିରଫ କରିଛନ୍ତି l ତାକୁ ହରିଚନ୍ଦନପୁର୍ ଥାନା କୁ ଆଣି ଅଧିକ ତଥ୍ଯ ସଂଗ୍ରହପାଇଁ ଜେରା ଚାଲିଛି l
Nalco
Leave A Reply