Odisha news

ଅନ୍ତର୍ଜାତୀୟ ଯୋଗ ଦିବସ ରେ ଚାଲିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯାଦୁ , ପ୍ରଥମଥର ପାଇଁ ସାମିଲ ହେଲେ ୧୩୫ ଦେଶ ଓ ମିଳିଲା ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡର ମାନ୍ୟତା

0
ନୂଆଦିଲ୍ଲୀ : UN ର ହେଡକ୍ୱାଟର ରେ ବୁଧବାର ଦିନ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଉପସ୍ଥିତି ରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ କାର୍ଯ୍ୟକ୍ରମ ଗିନିଜ ୱାର୍ଲଡ ରେକର୍ଡ ସୃଷ୍ଟି କରିଛି l  ପ୍ରଧାନମନ୍ତ୍ରୀ ମୋଦୀ ଏହି କାର୍ଯ୍ୟକ୍ରମରେ କହିଥିଲେ ଯେ – ଯୋଗ ର ଅର୍ଥ ହେଉଛି ସମସ୍ତଙ୍କୁ ଏକାଠି ବା ୟୁନାଇଟେଡ଼ କରିବା l  ମୋର ମନେଅଛି ମୁଁ ଏଠାରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପ୍ରସ୍ତାବ ରଖିଥିଲି l ଏହିଦିନ ଟିକୁ ପାଳନ କରିବା ପାଇଁ ସାରା ଦୁନିଆ ଭାରତ ସହିତ ଏକାଠି ହୋଇଛନ୍ତି l ଆପଣ ଯୋଗ ଯେଉଁଠି ହେଲେ କରିପାରିବେ l  ଏହା ସମସ୍ତ ସଂସ୍କୃତି ପାଇଁ l  ଯୋଗାସନ ଜୀବନକୁ ଠିକ ଭାବରେ ବଂଚିବାର ଗୋଟିଏ ମାଧ୍ୟମ ଅଟେ l  ଗତ ବର୍ଷ ଭାରତ ଅନ୍ତର୍ଜାତୀୟ ଇୟର ଅଫ ମିଲେଟ୍ସ କୁ ନେଇ ସମଗ୍ର ଦୁନିଆ ଆଗକୁ ଆସିଥିଲା , ଆଜି ଯୋଗ ପାଇଁ ସାରା ଦୁନିଆକୁ ଏକାଠି ଦେଖି ଖୁସି ଲାଗୁଛି l”
ଏହି ଯୋଗ ଦିବସରେ ନିୟୁୟର୍କ ମେୟର ଏରିକ ଏଡମ, ସେଫ ବିକାଶ ଖାନ୍ନା, ସଂଯୁକ୍ତ ରାଷ୍ଟ୍ର ମହାସଭା ର ଅଧକ୍ଷ ସାବା କୋରେସି ଙ୍କ ସମେତ ୧୩୫ ଦେଶର ପ୍ରତିନିଧି ସାମିଲ ହୋଇଥିଲେ l  ଗିନିଜ ୱାର୍ଲଡ ରେକର୍ଡ ର ଅଧିକାରୀ ମାଇକେଲ ଏମ୍ପାରିକ UN ରେ ଭାରତର ରାଜଦୂତ ରୁଚିରା କମ୍ବୋଜ ଙ୍କୁ ୱାର୍ଲଡ ରେକର୍ଡ ର ସାର୍ଟିଫିକେଟ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ UN ର ନର୍ଥ ଲନ ରେ ଯୋଗ କରିବାକୁ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ପ୍ରତିମୁର୍ତି ରେ ପୁଷ୍ପ ଅର୍ପଣ କରିଥିଲେ , ଏହି ସମୟରେ UN ସମୁଖରେ ଭାରତୀୟ ମାନେ ବ୍ୟାନର ଲଗାଇଥିଲେ l
Leave A Reply