ଶ୍ରୀମଦଭଗବତ ଗୀତା ହିନ୍ଦୁ ମାନଙ୍କର ସବୁଠୁ ପବିତ୍ର ଗ୍ରନ୍ଥ ଅଟେ l ଗୀତା ପାଠ ମଣିଷକୁ ବଂଚିବାର ସଠିକ ରାସ୍ତା ଶିଖାଇ ଥାଏ l ଗୀତା ଧର୍ମ, କର୍ମ ଓ ପ୍ରେମ ର ସଠିକ ଶିକ୍ଷା ଦେଇଥାଏ l ଶ୍ରୀମଦ ଭଗବତ ଗୀତାର ଜ୍ଞାନ ମାନବ ଜୀବନ ପାଇଁ ଖୁବ ମହତ୍ୱପୂର୍ଣ ଅଟେ l ଗୀତା ସମ୍ପୂର୍ଣ୍ଣ ଜୀବନ ଦର୍ଶନ ଓ ଏହାକୁ ଅନୁସରଣ କରୁଥିବା ବ୍ୟକ୍ତି ସର୍ବଶ୍ରେଷ୍ଠ ଅଟେ l ଗୀତା ରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଉପଦେଶ ର ବର୍ଣନା ହୋଇଛି l ଗୀତରେ ଶ୍ରୀକୃଷ୍ଣ ୩ ଟି ରାସ୍ତା ନର୍କ ଆଡକୁ ଯାଇଛି ବୋଲି କହିଛନ୍ତି l
ଏହି ୩ ଟି ରାସ୍ତା ମଣିଷ କୁ ନର୍କ ଦ୍ଵାରକୁ ନେଇଥାଏ –
ଶ୍ରୀକୃଷ୍ଣ କହିଛନ୍ତି ଯେ ୩ ଟି କାର୍ଯ୍ୟ ମନୁଷ୍ୟ ର ଆତ୍ମବିନାଶ କାରୀ , ବାସନା , କ୍ରୋଧ ଓ ଲୋଭ ୩ ଟି ନର୍କ ର ଦ୍ୱାର ଅଟନ୍ତି l ଏହି ୩ ଟି ଜିନିଷ ଏଭଳି ବିନାଶକାରୀ ଅଟନ୍ତି ଯାହାକି ଭଲ ମଣିଷକୁ ମଧ୍ୟ ବିନାଶ ଆଡକୁ ନେଇ ଯାଆନ୍ତି l
* ଗୀତରେ ଶ୍ରୀକୃଷ୍ଣ କହିଛନ୍ତି ମଣିଷ କଦାପି ଅହଂକାର କରିବା ଉଚିତ ନୁହେଁ l ଅହଂକାର ବଳରେ ମଣିଷ ସେହି କାର୍ଯ୍ୟ କୁ କରିଯାଏ ଯାହା ତାକୁ କରିବା ଉଚିତ ନୁହେଁ l ଶେଷରେ ଏହି ଅହଂକାର ହିଁ ତାର ବିନାଶ ର କାରଣ ହୋଇଥାଏ l ତେଣୁ ମଣିଷ ନିଜର ଅହଂକାର ଯେତେ ଶୀଘ୍ର ତ୍ୟାଗ କରିବା ଉଚିତ l
* ପରିବର୍ତନ ହେଉଛି ସଂସାର ର ନିୟମ l ତେଣୁ ଯାହା ଯେତେବେଳେ ଘଟିବାକୁ ଅଛି ନଶ୍ଚିନ୍ତ ଘଟିବ l ତେଣୁ ସମୟ ଅନୁସାରେ ମଣିଷ ସବୁକିଛି କୁ ଗ୍ରହଣ କରିବା ଶିଖିବା ଜରୁରୀ l
* ମଣିଷ ନିଜର ମନ ଓ ମସ୍ତିସ୍କ ଉପରେ ନିୟନ୍ତ୍ରଣ ରଖିବା ଉଚିତ l କାହିଁକି ନା ମଣିଷ ର ମନ ଓ ମସ୍ତିଷ୍କ ତାର ସବୁଠୁ ବଡ଼ ଶତ୍ରୁ ଅଟେ l ଯାହାକି ମଣିଷ ର ବିନାଶ ର କାରଣ ଅଟେ l
* ଆମ ଶରୀର ମଧ୍ୟ ଆମର ନୁହେଁ l ଏହା ଶରୀର ଅଗ୍ନି , ଜଳ , ବାୟୁ , ପୃଥିବୀ ଓ ଆକାଶ ରେ ପ୍ରସ୍ତୁତ ଓ ଶେଷରେ ଏହିଥିରେ ହିଁ ଲିନ ହୋଇଯିବ l ଆତ୍ମା ମଧ୍ୟ ଆମ ନିଜର ନୁହେଁ l ତେଣୁ ଅଯଥା ଲୋଭ ଓ ମୋହ ରେ ପଡି ଜୀବନ ରେ ଏମିତି କିଛି ଭୁଲ କରିବା ଉଚିତ ନୁହେଁ l