Odisha news

ଗ୍ରିଲ ତାଡି, ମଦ ଦୋକାନ ରୁ ମଦ ଓ ଟଙ୍କା ଚୋରି

0
ବାଲିପାଟଣା ୦୨/୨୩ : ବାଲିପାଟଣା ଥାନା ଅନ୍ତର୍ଗତ ବାଲିପାଟଣା ଛକ ନିକଟରେ ଥିବା ଆଶିଷ କୁମାର ପ୍ରତିହାରୀଙ୍କର  ମଦ ଦୋକାନରୁ କେହି ଦୃବୁତ୍ତ ଗ୍ରିଲ୍ ତାଡ଼ି, ଲକ୍ଷାଧିକ ଟଙ୍କାର ଦାମୀ ମଦ ସହ ୪୧ ହଜାର ଟଙ୍କା ଲୁଟି ନେଇଛନ୍ତି। ଯାହାକି ନିକଟରେ ଥିବା ଏକ ସିସିଟିଭି ଫୁଟେଜ ରେ କୟିଦି ହୋଇଥିବା ଭିଡିଓ ରୁ ସ୍ପଷ୍ଟ ଜଣାପଡୁଛି ଯେ, ରାତ୍ର ୧.୩୦ ମିନିଟରେ ଜଣେ ନୀଳ ଗଞ୍ଜି ପିନ୍ଧିଥିବା ଜଣେ ଯୁବକ ସାମ୍ନାପଟ ଗ୍ରିଲ ଭାଙ୍ଗି ଭିତରକୁ ପଶୁଛି। ପ୍ରଥମେ ଭିତରେ ଥିବା ସିସିଟିଭି କୁ ଭାଙ୍ଗିଦେଇ,
ଚୋରୀ ଆରମ୍ଭ କରିଥିଲା । କ୍ୟାସ ବକ୍ସରେ ଥିବା ୪୧ ହଜାର ଟଙ୍କାର କଏନକୁ ଲୁଟି ନେବା ପରେ ଥାକରେ ଥିବା ନାମୀ ଦାମୀ ମଦ ଉଠାଇ ନେଇ ଚମ୍ପଟ ମାରିଥିଲା।ସକାଳୁ ସୁଇପର୍ ଆସି ଦେଖେତ ଦୋକାନ ସାମ୍ନା ଗ୍ରିଲ କୁ କେହି ତାଡ଼ିଦେଇଛି ଓ ଭିତର କ୍ୟାସ୍ ବକ୍ସ ଭାଙ୍ଗି ରୁଜି ଯାଇଛି। ଚୋରୀ ହୋଇଥିବା ଜାଣି ପାରି, ସଙ୍ଗେ ସଙ୍ଗେ ମାଲିକ ଆଶିଷ କୁମାର ପ୍ରତିହାରୀଙ୍କୁ ଜଣାଇଥିଲା। ମାଲିକଙ୍କ ନିର୍ଦ୍ଧେଶ କ୍ରମେ ମ୍ୟାନେଜର ବିଦ୍ୟାଧର ସାହୁ ବାଲିପାଟଣା ଥାନରେ  ଏକ ଲିଖିତ ଅଭିଯୋଗ କରିଛନ୍ତି ।ଖବର ପାଇ ବାଲିପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରୀ ରଖିଛି।
Leave A Reply