Odisha news

୧ ଜୁନ ରେ କେନ୍ଦୁପତ୍ର କର୍ମଚାରିଙ୍କ ଦ୍ଵାରା ବିଭିନ୍ନ ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ ଧମକ।

0
ନୂଆପଡା-୨୭/୫ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଆଜି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଖରିଆର ଡିଭିଜନ ର ଖରିଆର  ରୋଡ ରେଞ୍ଜକମିଟି ପକ୍ଷରୁ ଆଗାମୀ ଜୁନ୧ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହେବାକୁ ଥିବା ବିଶାଳ ଐତିହାସିକ ସମାବେଶ,ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଦାବୀ ପତ୍ର ପ୍ରଦାନ କାର୍ଯ୍ୟକ୍ରମ କୁ ପୂର୍ଣ୍ଣାଙ୍ଗ ସଫଳ କରିବାକୁ ଏକ  ପ୍ରସ୍ତୁତି ବୈଠକ ରେଞ୍ଜ ସଭାପତି  ସନ୍ତୋଷ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା।ବୈଠକ କୁ ରେଞ୍ଜ ସମ୍ପାଦକ ଗୌତମ ବରିହା ପରିଚାଳନା କରିଥିଲେ।ବୈଠକ ଆରମ୍ଭ ହେବା ପୂର୍ବରୁ ସାଂଗଠନିକ ସୁବିଧା ଦୃଷ୍ଟିରୁ  ସୁବନ୍ତ ଶବର ଙ୍କୁ ରେଞ୍ଜ ର ସହ ସମ୍ପାଦକ ରୂପେ ମନୋନୀତ କରାଯାଇଥିଲା।ଏହି ବୈଠକରେ ସଙ୍ଘ ର ରାଜ୍ୟ ସମ୍ପାଦକ  ଯଦୁମଣି ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ।ଶ୍ରୀ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ, ରାଜ୍ୟ ସରକାର ଲକ୍ଷ ଲକ୍ଷ ତୋଳାଳୀ ଓ ସିଜିନାଲ ଷ୍ଟାଫ ଙ୍କୁ ତାଙ୍କର ହକ ଦାବୀ ପୁରଣ ନ କରି ପ୍ରତାରଣା କରିଛନ୍ତି।ତୋଳାଳୀ ଙ୍କୁ ବୋନସ ତଥା ସାମାଜିକ ନିରାପତ୍ତା କଲ୍ୟାଣ ଯୋଜନାରେ ଝିଅ ବାହାଘର ସହାୟତା,ଚିକିତ୍ସା ସହାୟତା, ଶିକ୍ଷା ସହାୟତା ବନ୍ଦ କରିଦେଇଛନ୍ତି।ଏପରିକି ଚଳିତ ସିଜିନ ରେ ପତ୍ର ଦର ବୃଦ୍ଧି କଲେନାହିଁ।ଠିକ ସେହିପରି ସିଜିନାଲ ଷ୍ଟାଫ ଙ୍କ ଦରମା ବୃଦ୍ଧି,ଇଂସେଂଟିଭି ଆଲାଉନ୍ସ, ଚାକିରୀ ସର୍ତ୍ତାବଳୀ ଲାଗୁ କଲେ ନାହିଁ। ଏଣୁ ଏପ୍ରିଲ ମାସରେ ଅନୁଷ୍ଠିତ ବର୍ଦ୍ଧିତ କାର୍ଯ୍ୟକାରୀ  ବୈଠକ ସମ୍ବଲପୁର ରେ  ନିଆଯାଇଥିବା ନିଷ୍ପତ୍ତି ମୁତାବକ ସାରା ରାଜ୍ୟରେ ଆନ୍ଦୋଳନ ଡାକରା ଦିଆଯାଇଛି।ତତ୍ ମୁତାବକ ଜୁନ ଏକ ରେ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହେବାକୁ ଥିବା ବିଶାଳ ଆନ୍ଦୋଳନ କୁ ପୂର୍ଣ୍ଣ ମାତ୍ରା ରେ ସଫଳ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।
ଠିକସେହିପାରି ଗତକାଲି ଲଖନା ରେଞ୍ଜ କମିଟି ବୈଠକ ହେଡ ଚେକର ଅବଦୁଲ ରସିଦ ଙ୍କ ସଭାପତିତ୍ୱରେ  ଅନୁଷ୍ଠିତ ହୋଇଯାଇଛି।ରେଞ୍ଜ ର ପ୍ରତ୍ୟେକ ଫଡ଼ି ଗ୍ରାମରୁ ତୋଳାଳୀ ନିଜସ୍ୱ ବ୍ୟବସ୍ଥା ରେ ପହଞ୍ଚିବେ ବୋଲି ଲକ୍ଷ ନିର୍ଦ୍ଧାରଣ କରାଯାଇଛି।ଲଖନା ଓ ତରବୋଡ଼ ରେଞ୍ଜ ବୈଠକରେ ଦୋରେଶ୍ୱର ପଟେଲ,ପାଲେଶ୍ୱର ମାଝୀ, ଓଁକାର ରାଉତ,ନରେନ୍ଦ୍ର ସୁନାନୀ,ସୁବନ୍ତ ଶବର, ବୁଲୁ ପଣ୍ଡା,ଧନିରାମ ପାଣ୍ଡେ ,ମିନଲାଲ ଚନ୍ଦ୍ରକାର,ଲେଖରାମ ପାଣ୍ଡେ,ନରୋତ୍ତମ ଦଣ୍ଡସେନା,ନନ୍ଦୁ ସିଂ ମାଝି,ନରେନ୍ଦ୍ର ଶବର,ବଲୁ ଦୁର୍ଗା,ପ୍ରମୁଖ ଙ୍କ ସହିତ ଶତାଧିକ ସିଜିନାଲ ଷ୍ଟାଫ ସାମିଲ ହୋଇଥିଲେ।
Leave A Reply