ନିରାକାରପୁର : ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ଗ୍ରାମରେ ଟାଙ୍ଗୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ଜଣେ ବେପାରୀକୁ ଗିରଫ କରିଵା ସହ ତା ନିକଟରୁ ୩୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ସୁଚନା ଅନୁଯାୟୀ ଛଣଗିରି ଅଞ୍ଚଳରେ ବେଆଇନ ଭାବେ ବ୍ରାଉନ ସୁଗାର କାରବାର ବୃଦ୍ଧି ପାଉଥିବା ବେଳେ ଏନେଇ ଆଜି ଦିନ ୧୧ ଟା ସମୟରେ ଛଣଗିରି ଗ୍ରାମ ରେ ଚଢ଼ାଉ କରି ଜଣେ ବ୍ୟକ୍ତି କୁ ଗିରଫ କରିବା ସହ ତାଠାରୁ ୩୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଗିରଫ ବ୍ୟକ୍ତି ଙ୍କ ନାମ ସଂଜୟ ମହାପାତ୍ର ବୟସ ୩୫ । ଏନେଇ ଅବକାରୀ ବିଭାଗ ପକ୍ଷରୁ ୧୫/ ୨୩-୨୪ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ସୁଚନା ଦେଇଛନ୍ତି ଅବକାରୀ ଇନ୍ସପେକ୍ଟରଙ୍କ ଆଲୋକ କୁମାର ପ୍ରଧାନ । ଚଢ଼ାଉ ସମୟରେ ଅବକାରୀ ବିଭାଗ ପକ୍ଷରୁ ସୁନିତା ଧଳ, ବିଶ୍ବମ୍ବର ବିଶ୍ବାଳ,ତପନ ସ୍ବାଇଁ ସାମିଲ ଥିଲେ ।