ଚଣ୍ଡିଖୋଲ,୨୩/୫ : ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏବେଠାରୁ ବିଜେପି ତାର ପ୍ରସ୍ତୁତି ଆରମ୍ଭ କରିଛି! ଏହି କ୍ରମରେ ଯାଜପୁର ଜିଲ୍ଲା ବିଜେପି ପକ୍ଷରୁ ଲଢେଇ ପାଇଁ ଗୁପ୍ତ ଯୋଜନା ଆରମ୍ଭ ହେବାସହ ବିଜେଡିର ଦୁର୍ଗ ଯାଜପୁର ଜିଲ୍ଲାରେ କିପରି ଦଳ ସେହି।ଦୁର୍ଗ ଭେଦକରି ନିର୍ବାଚନ ଲଢିବ ତାର ଆଗୁଆ ରଣନିତି ପ୍ରସ୍ତୁତ ପାଇଁ ନିଷ୍ପତି ହୋଇଛି! ତେବେ ଏହି ଦଳୀୟ ନିଷ୍ପତିକୁ ସାର୍ବଜନୀନ କରାଯାଇ ନଥିଲେ ମଧ୍ୟ ତାହା ଦଳୀୟ ମହଲରେ ଆଲୋଚନା ହେଉଛି! ମଙ୍ଗଳବାର ଦିନ ବଡଚଣା ନିର୍ବାଚନ ମଣ୍ଡଳୀର ଓଳାଶୁଣୀରେ ଦଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ କିପରି ଦଳ ଆଗକୁ ସଙ୍ଗଠିତ ଲଡେଇ କରିବ ସେ ସମ୍ପର୍କରେ ନିଷ୍ପତି ହୋଇଛି! ବିଜେପି ଜିଲ୍ଲା ସଭାପତି ଗୌତମ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପ୍ରଭାରୀ ଶାରଦା ଶତପଥୀ ଯୋଗଦେଇ ବୁଥ ସ୍ତରରୁ ସଙ୍ଗଠନକୁ କେଉଁ ଆଧାରରେ ସୁଦୃଢ଼ କରାଯାଇ ପାରିବ ଏନେଇ ମାର୍ଗ ଦର୍ଶନ କରାଇଥିଲେ! ରାଜ୍ୟ ପ୍ରଭାରୀ ମନୋଜ ମହାପାତ୍ର,ବଡଚଣା ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ସମ୍ପାଦକ ଅମର ନାୟକ, ସୁକିନ୍ଦା ବିଧାନସଭା ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ, କୋରେଇ ବିଧାୟକ ପ୍ରାର୍ଥୀ ବିଶ୍ୱଜିତ ନାୟକ, ଜିଲ୍ଲା ମହିଳା ସଭାନେତ୍ରୀ ତଥା ବିଂଝାରପୁର ବିଧାୟିକା ପ୍ରାର୍ଥୀ ବବିତା ମଲ୍ଲିକ, ବରୀ ନିର୍ବାଚନ ମଣ୍ଡଳୀ ନେତା ଉମେଶ ଜେନା,ଧର୍ମଶାଳା ନେତ୍ରୀ ସ୍ମୃତିରେଖା ପହି, ରାଜ୍ୟ ଆଇଟି ସେଲ ସଂଯୋଜକ କୈଳାସ ବିଶ୍ୱାସ, ଜିଲ୍ଲା ବିସ୍ତାରକ ରାଧାମାଧବ ପରିଡା,ସାଧାରଣ ସମ୍ପାଦିକା ଦେବଯାନୀ ପ୍ରଧାନ, ସୁଦୀପ୍ତ ପଣ୍ଡା ଓ ସଂଯୋଜକ ରବି ନାରାୟଣ ବେହେରା ପ୍ରମୁଖ ଯୋଗଦେଇ ଜିଲ୍ଲା ତଥା ପ୍ରତି ବ୍ଲକ ଅଞ୍ଚଳରେ ବିଜେପି ସଙ୍ଗଠନକୁ ମଜଭୁତ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକ କଲ୍ୟାଣ ଯୋଜନା ସବୁକୁ ସଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା! ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବେଶ୍ୱର ବେହୁରା, ରମେଶ ସାମଲ, ନିରଞ୍ଜନ ବେହୁରିଆ, ଦୀପ୍ତିରେଖା କୁଅଁର, ମୃତ୍ୟୁଞ୍ଜୟ ମିଶ୍ର, ପୁରୁଷୋତ୍ତମ ବେହେରା ଓ ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ ରାଜ ପ୍ରମୁଖ ଯୋଗଦେଇଥିଲେ !ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପଦାଧିକାରୀ, ମଣ୍ଡଳ ସଭାପତି, ନିର୍ବାଚନ ମଣ୍ଡଳୀ ସଂଯୋଜକ, ପ୍ରଭାରୀ ଓ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଯୋଗଦେଇଥିଲେ ! ଜିଲ୍ଲା ସମ୍ପାଦକ ପ୍ରମୋଦ କୁମାର ଜେନା ଅତିଥି ପରିଚୟ ସହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ସମରେନ୍ଦ୍ର ପରିଡାଧନ୍ୟବାଦ ଦେଇଥିଲେ ! ତେବେ ପୂର୍ବରୁ ଅନୁଷ୍ଠିତ ବୈଠକ ଗୁଡିକରେ ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀର ନେତାମାନେ କେବେ ଏକାଠି ବସି ନଥିଲା ବେଳେ ଏଥର ପୂର୍ଣ୍ଣାଙ୍ଗ ବୈଠକ ହୋଇଥିବାରୁ ତାହା।ଦଳ ପାଇଁ ବେସ ଗୁରୁତ୍ୱ ବହନ କରୁଥିବା