ବ୍ରିଟେନ ର ନୂଆ ସମ୍ରାଟ ଚାର୍ଲସ III ଙ୍କ ରାଜ ତିଳକ ମଇ ମାସ ୬ତାରିଖ ରେ ହୋଇ ଯାଇଛି l ଲଣ୍ଡନ ସ୍ଥିତ ଐତିହାସିକ ରାଜକୀୟ ଚର୍ଚ୍ଚ ୱେଷ୍ଟମିନଷ୍ଟର ଏବ ରେ ଏହି ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା l ଏହି କାର୍ଯ୍ୟକ୍ରମ ରେ ଦୁନିଆର ବିଭିନ୍ନ ଦେଶର ପ୍ରମୁଖ , ଧର୍ମ ଗୁରୁ ଓ ମହାନ ବ୍ୟକ୍ତି ସାମିଲ ହୋଇଥିଲେ l ଗତ କିଛି ମାସ ତାଳରୁ ଏହି ରାଜ୍ୟାଭିଷେକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲିଥିଲା l ଇତି ମଧ୍ୟରେ ଗୋଟିଏ ବେଙ୍ଗର ଫଟୋ ଏହି ରାଜ ଅଭିଷେକ ରେ ମଧ୍ୟ ଭାଇରଲ ହୋଇଥିଲା l
ବ୍ରିଟିଶ ରାଜ ପରିବାର ସହିତ ଏହି ବେଙ୍ଗ କୁ ନେଇ ବିଶେଷ ଚର୍ଚା l କାହିଁକି ନl ଏହି ବେଙ୍ଗ ର ବ୍ରିଟିଶ ପରିବାର ସହିତ ରହିଛି ନିବିଡ଼ ସମ୍ପର୍କ l ଏହି ବେଙ୍ଗ ର ନାମ ମଧ୍ୟ କିଙ୍ଗ ଚାର୍ଲସ ଙ୍କ ନାମ ଅନୁସାରେ ରଖ ଯାଇଛି l ଗଣମାଧ୍ୟମ ରିପୋର୍ଟ ଅନୁସାରେ କିଙ୍ଗ ଚାର୍ଲସ ପର୍ଯାବରଣ ସହିତ ଜଡିତ ଅନେକ ପରୋପକାରୀ କାମ କରିଛନ୍ତି l ବେଙ୍ଗ ଟି ମଧ୍ୟ ସେହିଭଳି, ଯିଏ କି ନିଜ ଘରକୁ ବଞ୍ଚାଇବା ପାଇଁ ଅନେକ ପରୋପକାରୀ କାର୍ଯ୍ୟ କରିଛି l ଯାହାକୁ ଦେଖି ବୈଜ୍ଞାନିକ ମାନେ କିଙ୍ଗ ଚାର୍ଲସ ଙ୍କ ଅନୁସାରେ ଏହାର ନାମକରଣ କରି ଦିଆ ଯାଇଥିଲା l
ଏହି ବେଙ୍ଗଟି ର କାହାଣୀ ମଧ୍ୟ ଖୁବ ଅଦ୍ଭୁତ ଅଟେ l ଆମେରିକାର ବୈଜ୍ଞାନିକ ଡକ୍ଟର ଲୁଇସ ଏ କୋଲୋମା ଅଲଗା ଅଲଗା ପ୍ରଜାତିଙ୍କୁ ସଂରକ୍ଷିତ କରିଥିବା ସଂଗ୍ରହାଳୟ ର ଯାଞ୍ଚ କରୁଥିଲେ l ସେହି ସମୟରେ ତାଙ୍କର ନଜର ପଡିଥିଲା ଏହି ବେଙ୍ଗ ଉପରେ , ଯିଏ କି ଖୁବ ଅଲଗା ଦେଖିବାକୁ ଥିଲା l ଏହାପରେ ସେ ଏହି ବିଷୟରେ ଦୁନିଆକୁ କହିଥିଲେ l କିଙ୍ଗ ଚାର୍ଲସ ଦୁନିଆର ବର୍ଷା ବନ ର ସୁରକ୍ଷା ର ପ୍ରବଳ ସମର୍ଥକ ଥିଲେ l ୨୦୦୭ ରେ ସେ ଉଷ୍ଣକଟିବନ୍ଧୀୟ ବଣ ବିଷୟ ରେ ସଚେତନତା କରିବା ପାଇଁ ପ୍ରିନ୍ସ ରେନଫରେଷ୍ଟ ପ୍ରୋଜେକ୍ଟ ର ଲଞ୍ଚ କରିଥିଲେ l ଏହାଛଡା ଗୋ ରକ୍ଷା ପାଇଁ କିଙ୍ଗ ଚାର୍ଲସ ଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି l ଏହି ବେଙ୍ଗ ଟି କଳା ରେ କମଳା ରଙ୍ଗର ଡଟ ଡ଼ଟ ଚିତ୍ର ହୋଇଛି l ମୂଳତଃ ଭାବରେ ଏହି ବେଙ୍ଗ ଟି ଇକୱାଡୋର ର ଅଟେ l