Odisha news

ମୋବାଇଲ ଲୁଟ ଘଟଣାରେ ଜଣେ ଗିରଫ, ବାଇକ ସହ 11 ମୋବାଇଲ ଜବତ

0

ସୋର,12/5: ସୋର ଥାନା 16 ନମ୍ବର ଜାତୀୟ ରାଜପଥ ବିଦୁ ପେଟ୍ରୋଲପମ୍ପ ସମ୍ମୁଖରୁ ଗତ ୯ ତାରିଖ ରାତିରେ ହୋଇଥିବା ମୋବାଇଲ ଲୁଟ ଘଟଣାରେ ସୋର ପୁଲିସ ଗତକାଲି ରାତିରେ ଅଭିଯୁକ୍ତକୁ ଗିରଫ କରି ଆଜି ପୂର୍ବାହ୍ନରେ କୋର୍ଟ ଚାଲାଣ କରିଛି. ଗତ ୯ ତାରିଖ ରାତିରେ ଦହିସଡା ଗ୍ରାମର ସୁଦିପ ବେହେରା ବାଇକ ଯୋଗେ ବିଦୁ ଯାଉଥିବା ବେଳେ ଏହି ପେଟ୍ରୋଲ ପମ୍ପ ନିକଟରେ ଓଡି 22 ୟୁ 3828 ନମ୍ବର ବିଶିଷ୍ଟ ୟୁନିକର୍ଣ୍ଣ ବାଇକରେ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳର କାର୍ତିକ ଦାସର ପୁଅ କୈଳାସ ଦାସ (27) ପଛରୁ ଆସି ତାଙ୍କ ମୋବାଇଲ ଟିକୁ ଲୁଟି ନେଇଥିଲେ. କିନ୍ତୁ ସୁଦିପ ଉକ୍ତ ଯୁବକକୁ ସାହସର ସହ ପିଛା କରି ରେମୁଣା ଗୋଲେଇ ନିକଟରେ ରାସ୍ତା କାମ ଚାଲୁଥିବାରୁ କୈଳାଶ ଙ୍କ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା. ଫଳରେ କୈଳାସ ଗୁରୁତ୍ତର ଆହତ ହୋଇଥିଲେ. ପଛରେ ପିଛା କରୁଥିବା ସୁଦିପଙ୍କ ସମେତ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ. ଏ ବାବଦରେ ସୁଦିପ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ 281/23 ରେ ଏକ ମାମଲା ରୁଜ୍ଜୁ କରି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ କୈଳାସକୁ ଜଗି ରହିଥିଲେ. ଗତକାଲି ସନ୍ଧ୍ୟାରେ ଡାକ୍ତର ତାଙ୍କୁ ଡାକ୍ତରଖାନାରୁ ଡ଼ିସଚାର୍ଜ କରିବା ପରେ ସୋର ପୁଲିସ ତାକୁ ସୋର ଥାନାକୁ ଆଣି ରାତିରେ ଗିରଫ କରି ଅଧିକ ତଦନ୍ତ କରିଥିଲେ. ପୁଲିସ ତା ନିକଟରୁ 11ଟି ଆଣ୍ଡ୍ରଏଡ଼ ମୋବାଇଲ ଫୋନ ଏବଂ ବାଇକଟିକୁ ଜବତ କରିଥିଲେ. ଆଜି ପୂର୍ବାହ୍ନରେ କୈଳାସର ଡାକ୍ତରୀ ମାଇନା ପରେ ସୋର ପୁଲିସ ତାକୁ କୋର୍ଟ ଚାଲାଣ କରିଛି.

Leave A Reply