Odisha news

ଶବ ରଖି ଧାରଣା ଦିତୀୟ ଦିନରେ

0
ପାରାଦୀପ – ଦୁଇ ଦିନ ହେବ ଶବ ରଖି ଧାରଣା ଓ ପ୍ରତିବାଦ  | ଇଫକୋ ରେଲୱେ ସାଇଡିଂ ରେ ପାରାଦୀପ୍ ବାଲିଝରା ବସ୍ତି ବାସିନ୍ଦା ମାନେ ଶବ ରଖି ଧାରଣା ରେ ବସିଥିବା ବେଳେ ଆଲୋଚନା ବିଫଳ ହେବା ପରେ ଏବେ ଘଟଣା ସ୍ଥଳରେ ପହଁଞ୍ଚିଛି ପୋଲିସ  | ଆନ୍ଦୋଳନ କାରୀ ଲୋକ ଆଉ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଛିତି ଉପୁଜି ଥିବା କୁହଯାଉଛି  | ଉକ୍ତ ସାଇଡିଂ ରେ କୁଳମଣି ବେହେରା ନାମକ ଜଣେ ଶ୍ରମିକ କୁଳମଣି ବେହେରା ଙ୍କୁ ଗତ 5 ତାରିଖ ଦିନ ସାର ପରିବହନ କରୁଥିବା ଟ୍ରକ୍ ଟି ଧକ୍କା ଦେବାରୁ ତାଙ୍କୁ ଗୁରୁତର ଅବସ୍ତା ରେ ଡାକ୍ତର ଖାନା ନିଆଯାଇଥିଲା  | ଚିକିସ୍ଥା ଅବସ୍ତା ରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାର ର ଜଣଙ୍କୁ ଚାକିରି ଦେବା ଦାବିରେ ପରିବାର ଲୋକ ଓ ବସ୍ତି ବାସିନ୍ଦା ମାନେ ଦୁଇଦିନ ହେବ ଧାରଣା ରେ ବସିଛନ୍ତି  | ଖବର ଲେଖା ହେବା ବେଳକୁ ପାରାଦୀପ୍ ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ବୈଠକ ଚାଲୁଥିବା ଜଣାପଡିଛି  |
Leave A Reply