Odisha news

କାଞ୍ଜିଆ ହ୍ରଦରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

0
ବାରଙ୍ଗ :  ରବିବାର ସକାଳେ କାଞ୍ଜିଆ ହ୍ରଦରେ ଭାସୁଥିବାବେଳେ ଜଣେ ଯୁବକର ମୃତଦେହକୁ ଉଦ୍ଧାର କରିଛି ନନ୍ଦନକାନନଥାନା ପୋଲିସ।ମୃତକ ହେଉଛନ୍ତି ଢେଙ୍କାନାଳ ଭୁବନ ଅଂଚଳର ଅପନି ବେହେରା(୩୫) ଓରଫ କାଳିଆ।ସେ ଜଗନ୍ନାଥମନ୍ଦିର ପଛପଟ  ଟାଙ୍ଗି ଉପରେ ରହୁଥିବା ଭଉଣୀଭିଣେଇଙ୍କ ପାଖରେ ରହୁଥିଲା।
ପ୍ରକାଶଯେ,କାଳିଆ ସବୁଦିନ ଭଳି ରବିବାର ସକାଳେ କାଞ୍ଜିଆ ହୃଦକୁ ଗାଧୋଇବାକୁ  ଯାଇ ଥିଲେ।ଗୋଡ଼ ଖସିଯିବାରୁ ସେ ଗାଧୋଇବା ବେଳେ ବୁଡି ଯାଇଥିବାର ଅନୁମାନ କରାଯାଉଛି।କିଛି ସମୟପରେ ଟାଙ୍ଗି ଉପରେ ରହୁଥିବା କିଛି ଯୁବକ ଗାଧୋଇବାକୁ କାଞ୍ଜିଆକୁ ଯାଇଥିବା ବେଳେ  କାଳିଆ ଭାସୁଥିବାର ଦେଖି ପୋଲିସ  ,ଦମକଳକୁ    ଖବର ଦେଇଥିଲେ।କିନ୍ତୁ କେହି ନଆସିବାରୁ ପରିବାର ଲୋକଙ୍କ ଉପସ୍ଥିତିରେ ଯୁବକମାନେ  କଳିଆକୁ ପାଣିରୁ ଉଦ୍ଧାର କରି ଉପରକୁ ଆଣି ୧୦୮
ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ପୋଲିସ ଆସିବା ପରେ କଳିଆକୁ ୧୦୮ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇ ଥିବାବେଳେ  ସେଠାରେ ଡାକ୍ତର ମୃତୁ ଘୋଷଣା କରିଥିଲା।ମୃତଯୁବକଙ୍କ ବାତରୋଗ ଥିବାରୁ ସେ ଗାଧୋଇବା ସମୟରେ ଏଭଳି ଦୁର୍ଘଟଣା ଘଟିଥିବାର ଅନୁମାନ କରୁଛି ପୋଲିସ।୪/୨୩ କେଶ ନମ୍ବର ରେ ଏକ ଅପମୃତ ମାମଲା ରୁଜୁକରି ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।
Leave A Reply