Odisha news

ଟ୍ରାକ୍ଟର ଧକ୍କାରେ ଯାତ୍ରୀବାହି ଅଟୋ ଦୁର୍ଘଟଣା : ଦୁଇ ଶିଶୁ ଙ୍କ ସମେତ ୪ ଗୁରୁତର ଆହତ

0

ଭଞ୍ଜନଗର,୩0/୦୪ : ଭଞ୍ଜନଗର ଥାନା ଅଧୀନ ବଡ଼କୋଦଣ୍ଡା ଠାରେ ରବିବାର ଅପରାହ୍ନ ରେ ଏକ ଟ୍ରାକ୍ଟର ଧକ୍କାରେ ଯାତ୍ରୀ ବାହୀ ଅଟୋ ଦୁର୍ଘଟଣା ଗସ୍ତ ହୋଇଛି। ଫଳରେ ଏଥି  ବସିଥିବା ୬ ଜଣଙ୍କୁ ମଧ୍ୟରୁ ଦୁଇ ଶିଶୁଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ପ୍ରକାରେ, ଅଟୋ ଟି ଭଞ୍ଜନଗର ରୁ ସମାପଲି ଗ୍ରାମର କିଛି ବ୍ୟକ୍ତିଙ୍କୁ ଧରି ଆସୁଥିବା ବେଳେ ବଡ଼କୋଦଣ୍ଡା ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ମାଟି ରୋଡ଼ ପଟୁ ଟ୍ରାକ୍ଟର ଟି ଦ୍ରୁତ ଗତିରେ ଆସି ଅଟୋକୁ ଧକ୍କା ଦେଇଥିଲା। ଏଥିରେ ବସିଥିବା ସମାପଲି ଗ୍ରାମର ଝୁମୁରି ନାଇକ(୩୦),ଗୁଣ୍ଡିରୀବାଡ଼ି ଗ୍ରାମର ଦୀପା ନାଇକ(୧୯),ସାଇ ନାଇକ (୫) ଙ୍କ ସମେତ ଅଟୋ ଡ୍ରାଇଭର ସୁଶାନ୍ତ କୁମାର ବିଶ୍ବାଳ ଙ୍କ ଭାଣିଜୀ ଦିବ୍ୟାନ୍ସି ପ୍ରଧାନ (୨) ଗୁରୁତର ଆହତ ହୋଇଛନ୍ତି। ଏଥି ସହିତ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ପୋଲିସ ପହଞ୍ଚି ଦୁର୍ଘଟଣା ଗାଡ଼ିକୁ ଜବତ କରି ସମସ୍ତଙ୍କୁ ଆମ୍ବୁଲାନ୍ସ ଓ ଅଟୋ ଯୋଗେ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

Leave A Reply