Odisha news

ଦାଦାଙ୍କୁ ୨ ପୁତୁରାଙ୍କ ଆକ୍ରମଣ ଅଭିଯୋଗ

0
ବୁଗୁଡ଼ା : ତା ୨୩/୦୪/୨୩ :  ବୁଗୁଡ଼ା ଥାନା ଅନ୍ତର୍ଗତ କୈଳାସ ନଗର ଗ୍ରାମରେ ରହୁଥିବା ଦୁଇ ପୁତୁରାଙ୍କ ମିଳିତ ଆକ୍ରମଣର ଶିକାର ହୋଇଥିବା ନେଇ ଦାଦାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଦାଦା ଗୌରହରି ନନ୍ଦଙ୍କ ଅଭିଯୋଗ କ୍ରମେ ବୁଗୁଡ଼ା ଥାନାରେ କେସ୍ ନଂ ୨୭୧/୨୩ରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ , ଗତ ୧୭ ତାରିଖରେ ଦାଦା ଗୌରହରି ତାଙ୍କ ମୃତ ବଡ ଭାଇଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ କୈଳାସ ନଗର ଗ୍ରାମକୁ ଯାଇଥିଲେ । ଦଶାହ କାର୍ଯ୍ଯ ଶେଷ ହେବା ପରେ ଉପର ବେଳା ୫ଟା ସମୟରେ ଗୌରହରି ତାଙ୍କ ବଂଶଜ ବନ୍ଧୁଙ୍କ ସହ ତୁଠରେ ଶୌଚ ହେବା ବେଳେ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ରାଗରେ ପୁତୁରା ବିରୁପାକ୍ଷ ନନ୍ଦ ଓ ତ୍ରିଲୋଚନ ନନ୍ଦଙ୍କ ସହିତ ବଡ ଜ୍ବାଇଁ କାଳୁ ଚରଣ ପଣ୍ଡା ମିଳିତ ଭାବେ ତାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଆହତ ହୋଇ ଗୌରହରି ପ୍ରଥମେ ବୁଗୁଡ଼ା ଓ ପରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏବେ ମଧ୍ୟ ଆକ୍ରମଣକାରୀମାନେ ଧମକ ଦେଉଥିବା ଯୋଗୁଁ ଗୌରହରିଙ୍କ ପରିବାର ବିପଦ ମଣୁଥିବା ଅଭିଯୋଗ ହେଉଛି ।
Leave A Reply