ସାକ୍ଷୀଗୋପାଳ ତା ସତ୍ୟବାଦୀ ର ବୀର ଓଡ଼ିଆ ଜଵାନ ସହିଦ ଦେଵାଶିଷ ବିଶ୍ବାଳ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆଜି ଅପରାହ୍ନରେ ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ଵାର ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା। ଵଲିଉଡ ତାରକା ମିଥୁନ ଚକ୍ରଵର୍ତୀ, କେନ୍ଦ୍ର ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ଡ. ସମ୍ଵିତ ପାତ୍ର, ସ୍ଥାନୀୟ ଯୁବନେତା ଓମ୍ ପ୍ରକାଶ ମିଶ୍ର, ଶଙ୍କର ପରିଡା, ଅମୀୟ ଦାସ ଓ ଅମିତ ସରିନ ଯୋଗଦେଇ ଶହିଦ ଦେଵାଶିଷ ବିଶ୍ୱାଳ ଓ ସ୍ବର୍ଗତ ଅଶୋକ ସରିନଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଓଡ଼ିଆ ପୁଅ ଵୀର ଜଵାନଙ୍କ ବଳିଦାନ ଵ୍ୟର୍ଥ ଜିବନି। ଭାରତକୁ ଦୁର୍ବଳ ମନେକରିବା ଭୁଲ। ଗୁଳିର ଜଵାଵ କମାଣରେ ଦିଆଯିବ। ଏଭଳି କା ପୁରୁଷ ମାନଙ୍କୁ ଖୁବଶୀଘ୍ର ସରକାର ଉଚିତ ଶାସ୍ତି ଦେବେ ଵୋଲି ମିଥୁନ ଚକ୍ରବର୍ତ୍ତୀ କହିଥିଲେ। ଶହିଦ ପରିଵାର ସଦସ୍ୟ ଙ୍କୂ ଜଗନ୍ନାଥ ଆସୀମ ଶକ୍ତି ଓ ସାହସ ଦେବା ସହିତ କୁନୀଝିଅ ଟିକୁ ଏକ ଦକ୍ଷ ନାଗରିକ ଭାବରେ ଗଢି ତୋଳିବା ନିମନ୍ତେ ପ୍ରାର୍ଥନା କରିଥିଲେ l
ଏହି ଅବସରରେ ଉତ୍ତର ପ୍ରଦେଶର ବିଶିଷ୍ଟ ଶିଳ୍ପପାତି ସ୍ବର୍ଗତ ଅଶୋକ ସିରିନଙ୍କ ସ୍ମୁତି ଉଦ୍ଦେଶ୍ୟରେ ତାଙ୍କ ପୁତ୍ର ଅମିତ 12 ଗୋଟି ସ୍କୁଟି ପ୍ରଦାନ କରିଥିଲେ l ଅତିଥି ମାନେ ଏହି ସ୍କୁଟିକୁ ପ୍ରଭାତ ଚନ୍ଦ୍ର ସାମନ୍ତରାୟ, ଗଦାଧର ପଣ୍ଡା ବିଜୟ କୁମାର ବରାଳ, ଅନିଲ ମହାପାତ୍ର, ପ୍ରଭାକର ନାୟକ, ସୁବାସ ଚନ୍ଦ୍ର ମିଶ୍ର ଧନଞ୍ଜୟ ବେହେରା ମାନସ କୁମାର ଜେନା, ଶିବ ପ୍ରସାଦ ନନ୍ଦ, ପ୍ରଶାନ୍ତ ମହାପାତ୍ର ଓ ହରିହର ମିଶ୍ର ପ୍ରମୁଖ 12 ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ପ୍ରଦାନ କରିଥିଲେ l ଅଞ୍ଜନ କୁମାର ହୋତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ପ୍ରଭାତ ଚନ୍ଦ୍ର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ l
ସାକ୍ଷୀଗୋପାଳରେ ପହଞ୍ଚିବା ପରେ ଅତିଥି ମାନେ ସାକ୍ଷୀଗୋପାଳ ଠାକୁରଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରିଥିଲେ l