ପାରାଦୀପ୍ – ପାରାଦୀପ୍ ଜୟଦେବସଦନ ପ୍ରାଙ୍ଗଣ ରେ ଆଜିଠାରୁ ବିଂଶତମ ଜାତୀୟ ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି | ଏହା ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପ୍ରତ୍ଯହ ସନ୍ଧ୍ୟା 7 ଘଟିକା ରେ 10 ଦିନ ଧରି 10 ଟି ବିଭିନ୍ନ ଭାଷାଭାଷି ନାଟକ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି | ପ୍ରଥମ ସନ୍ଧ୍ୟା ରେ ହିନ୍ଦୀ ଭାଷାରେ ଭଗବତ କୁକିୟମ ଲକ୍ଷ୍ନୌ , ଦିତୀୟ ଦିନ ହିନ୍ଦୀ ଭାଷାରେ ଲମହୋ କି ମୂଲାକାତ, ଜାମ୍ମୁ କଳାକାର ଙ୍କ ଦ୍ଵାରା , ତୃତୀୟ ଦିନ ସନ୍ଧ୍ୟା ରେ ଓଡିଆ ଭାଷା ରେ ପୁନଶ୍ଚ ଅବଲୋକରା , ଭୁବନେଶ୍ବର କଳାକାର ଙ୍କ ଦ୍ଵାରା , ଚତୁର୍ଥ ସନ୍ଧ୍ୟାରେ ଓଡ଼ିଆ ଭାଷାରେ ଭୁବନେଶ୍ବର କଳାକାର ଙ୍କ ଦ୍ଵାରା ଅପେକ୍ଷାରେ ରାମଚନ୍ଦ୍ର , ପଞ୍ଚମ ସନ୍ଧ୍ୟା ରେ ଭୁବନେଶ୍ଵର କଳାକାର ଙ୍କ ଦ୍ଵାରା ଓଡିଆ ଭାଷା ରେ ଅବସର ନାଟକ , ଷଷ୍ଠ ସନ୍ଧ୍ୟା ରେ ରାଜସ୍ଥାନ କଳାକାର ଙ୍କ ଦ୍ଵାରା ହିନ୍ଦୀ ଭାଷାରେ ପ୍ଲଟ , ସପ୍ତମ ସନ୍ଧ୍ୟା ରେ ଭୋପାଳ ର କଳାକାର ମାନଙ୍କ ଦ୍ଵାରା ହିନ୍ଦୀ ଭାଷାରେ ବେଟର ହାଫ୍ , ଅଷ୍ଟମ ସନ୍ଧ୍ୟା ରେ ବଙ୍ଗଳା ଭାଷାରେ କୋଲକାତା କଳାକାର ମାନଙ୍କ ଦ୍ଵାରା ମେଦିଆ , ନବମ ସନ୍ଧ୍ୟା ରେ ଅହମିଆ ଭାଷାରେ ଆସାମ କଳାକାର ମାନଙ୍କ ଦ୍ଵାରା ବୋତା ରାଜା ଓ ଦଶମ ତଥା ଅନ୍ତିମ ସନ୍ଧ୍ୟା ରେ ହିନ୍ଦୀ ଭାଷାରେ ପାଟନା କଳାକାରମାନଙ୍କ ଦ୍ଵାରା ଅଂଧୋ କି ହାଥୀ ନାଟକ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି | ପ୍ରଥମ ସନ୍ଧ୍ୟା ରେ ବନ୍ଦର ଅଧ୍ୟକ୍ଷ ପିଏଲ ହାରନାଦ ଏହି ମହୋତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲା ବେଳେ ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ , କୋଷ୍ଟଗାର୍ଡ ର ଡିଆଇଜି ୟାଇ କେ ସିଂ , ଇଫକୋ ସାଧାରଣ ପରିଚାଳକ କେ ଜେ ପଟେଲ , ପାରାଦୀପ୍ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ ପାରାଦୀପ୍ ତୈଳ ବିଶୋଧନାଗାର ର କାର୍ଯ୍ୟ ନିର୍ବାହୀ ନିର୍ଦେଶକ ମୁକେଶ ମୋହନ ପ୍ରମୂଖ ଯୋଗ ଦେଇ କାନଭାସ୍ ଦ୍ଵାରା ଆୟୋଜିତ ଏହି ଜାତୀୟ ନାଟକ ମହୋତ୍ସବ ବାସ୍ତବିକ ଅନେକ ଶିକ୍ଷା ଦେବ ବୋଲି ପ୍ରକାଶ କରିଥିଲେ | ବନ୍ଦର ର ବରିଷ୍ଠ ଅଧିକାରୀ ଶ୍ରୀମନ ମିଶ୍ର ଏହାକୁ ପରିଚାଳନା କରିଥିଲେ |