ଭାରତୀୟ ଚଳଚ୍ଚିତ୍ର “RRR” କେବଳ ବକ୍ସ ଅଫିସ ରେ ଗୋଟିଏ ହିଟ୍ ଫିଲ୍ମ ହୋଇ ରହିନାହିଁ । ବରଂ ସାରା ବିଶ୍ବରେ ଭାରତ କୁ ଗୋଟିଏ ନୂତନ ପରିଚୟ ଦେଇଛି । ଭାରତୀୟ ଚଳଚ୍ଚିତ୍ର ର ପ୍ରଖ୍ୟାତ ନିର୍ଦ୍ଦେଶକ ଏସ ଏସ ରାଜାମୌଳି ଙ୍କ ଏହି ଚଳଚ୍ଚିତ୍ର ମାତ୍ର ଖୁବ୍ ଅଳ୍ପ ଦିନରେ ବିଶ୍ବର ଅନେକ ଦର୍ଶକ , ଫିଲ୍ମ କ୍ରିଟିକ୍ସ ଓ ଚଳଚ୍ଚିତ୍ର ପ୍ରେମୀ ଙ୍କ ମନ କିଣି ନେଇଛି । ବିଶେଷ କଥାଟି ହେଲା ଯେ ଓସ୍କାର ପୁରସ୍କାର ରେ ” ଇଣ୍ଟର ନେସନାଲ ଫିଚର୍ ଫିଲ୍ମ ” ର କଟାଗୋରି ରେ ଭାରତ ପକ୍ଷରୁ RRR କୁ ଚୟନ କରାଯାଇ ନାହିଁ, ବରଂ RRR ମେକର୍ସ ଙ୍କ ଇଣ୍ଟର ନେସନାଲ ପ୍ରଶଂସା କୁ ଦେଖି , ଓସ୍କାର ନିଜେ ଏହି କ୍ୟମ୍ପେନ୍ ଆରମ୍ଭ କରିଥିଲା ।
ବର୍ତମାନ ଓସ୍କାର ର ସେରିମନି କୁ ମାତ୍ର ୨ଦିନ ସମୟ ରହିଛି । ଆରିଜିନାଲ୍ ସଙ୍ଗ କଟା ଗୋରୀ ରେ ଟପ୍ ୫ ରେ ରହିଛି । ଏମ ଏମ କୀରା ବାନି ଙ୍କ କମ୍ପୋଜ କରିଥିବା ଓ ଚନ୍ଦ୍ର ବୋଷ ଙ୍କ ଲିଖିତ ” ନାଟୁ ନାଟୁ” ଓସ୍କାର ଜିତିବାର ଶେଷ ପର୍ଯ୍ୟାୟ ରେ ରହିଛି । ଓସ୍କାର ର ବିଜୟ ହାସଲ କରିବା ଗୋଟିଏ ସାଧାରଣ ବିଜୟ ନୁହେଁ ଏହା ଭାରତୀୟ ମାନଙ୍କର ଫିଲିଂସ କୁ ଯୋଡ଼ିଚି ।
ଆଜି ଆସନ୍ତୁ ଜାଣିବା ଓସ୍କାର ପୁରସ୍କାର ର ଇତିହାସ କଣ ରହିଛି:-
ବର୍ତମାନ ସାରା ବିଶ୍ଵ ରେ ୯୫ ତମ ଓସ୍କାର ପୁରସ୍କାର ର ଚର୍ଚ୍ଚା ଚାଲିଛି । ବର୍ତମାନ ଭାରତ ସମେତ ସାରା ବିଶ୍ଵ ର ନଜର ଓସ୍କାର ପୁରସ୍କାର ଉପରେ ରହିଛି ।
ଓସ୍କାର ଏକାଡେମୀ ପୁରସ୍କାର କୁ ହିଁ ଓସ୍କାର ଆୱାର୍ଡ଼ ଭାବରେ କୁହାଯାଇ ଥାଏ । ଏହା ମନୋରଞ୍ଜନ ବା ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି ର ସବୁଠୁ ବଡ଼ ସମ୍ମାନ । ଏହାକୁ ଆମେରିକାର ର ଏକାଡେମୀ ଅଫ ମୋସନ୍ ଫିକ୍ ଚର୍ ଆର୍ଟସ ଏଣ୍ଡ ସାଇନ୍ସ , ସିନେମା ଜଗତ ସହିତ ଜଡ଼ିତ ଡାଇରେକ୍ଟର , ଅକ୍ଟର ଓ ରାଇଟର୍ଶ ଙ୍କୁ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯାଇ ଥାଏ ।
ଏହି ପୁରସ୍କାର କୁ ୧୯୨୭ ରେ ସେହି ସମୟର ମୋସନ ଫିକ୍ଚର୍ସ ଇଣ୍ଡଷ୍ଟ୍ରି ର ୩୬ ଜଣ ଲୋକ ଆରମ୍ଭ କରିଥିଲେ । ୧୯୨୭ ର ଆରମ୍ଭ ରେ ଏମ ଜି ଏମ ଷ୍ଟୁଡିଓ ର ମୁଖ୍ୟ ଲୁଇସ୍ ବି ମେୟର ଓ ତାଙ୍କର ୩ଜଣ ଗେଷ୍ଟ ଆକ୍ଟର କର୍ନ ରେଡ୍ ନଗେଲ ,ଡାଇରେକ୍ଟର ଫ୍ରେଡ ନିବୋଲ ଓ ପ୍ରଡ୍ୟୁ ସର୍ ଫିଡ୍ ବିଟସୋନ ସଂପୂର୍ଣ୍ଣ ଚଳଚ୍ଚିତ୍ର ଉଦ୍ୟୋଗ କୁ ଲାଭ ଦେବା ପାଇଁ ସଂଗଠନ କରିବାର ଯୋଜନା କରିଥିଲେ ।ସେ ଚଳଚ୍ଚିତ୍ର କ୍ରିଏଟିଭ କାମ ସହିତ ଜଡ଼ିତ ବ୍ୟକ୍ତି ଙ୍କ ସାମ୍ନାରେ ଏହି ପ୍ରସ୍ତାବ ରଖିବାର ପ୍ଲାନ୍ କରିଥିଲେ ।
ଏହାପରେ ୧୯୨୭ ଜାନୁଆରୀ ୧୧ତାରିଖ ଲାସ୍ ଅଞ୍ଜେଲସ ର ଆମ୍ବାସେଡର୍ ହୋଟେଲ ରେ ଗୋଟିଏ ରାତ୍ରି ଭୋଜନ ଆୟୋଜନ କରାଯାଇ ଥିଲା । ଯେଉଁଥିରେ ୩୬ ଜଣ ଅଂଶ ଗ୍ରହଣ କରିଥିଲେ ଓ ସଂଗଠନ କରିବା ପାଇଁ ପ୍ରସ୍ତାବ ରଖାଗଲା । ସେହି ରାତ୍ରି ଭୋଜନ ରେ ସେତେବେଳ ସମୟର ଜଣାଶୁଣା ଅନେକ ବ୍ୟକ୍ତିତ୍ଵ ସାମିଲ ଥିଲେ । ସେମାନେ ହେଲେ ଜର୍ଜ କୋହେନ୍, ଜୈସେ ମେୟର , କେଡରିକ୍
ଗିମ୍ବସ୍ , ମେରୀ ପିକ୍ ଫର୍ଡ , ସେଶିଲ ଓ ସିଦ୍
ଗ୍ରାଉ ମେନ୍ ସାମିଲ ରହିଥିଲେ ।
୧୯୨୭ ମଇ ମାସ ୧୧ ତାରିଖ ରେ ବିଲ୍ଟ ମୋର୍ ହୋଟେଲ ରେ ଏକାଡେମୀ କୁ ରାଜ୍ୟ ଦ୍ଵାରା ଗୋଟିଏ NGO ଭାବରେ ଅନୁମତି ମିଳିଥିଲା । ସେହି ସମୟରେ ଗୋଟିଏ ଭୋଜି ର ଆୟୋଜନ କରାଯାଇ ଥିଲା , ଯେଉଁଥିରେ ୩୦୦ ଜଣ ସାମିଲ ଥିଲେ , ଓ ସେଥିରୁ ୨୫୦ ଜଣ ୧୦୦ ଡ଼ଲାର ଫିସ୍ ଦେଇ ମେମ୍ବର ସିପ ନେଇଥିଲେ । ସେହିଦିନ ଥୋମାସ ଏଡିସନ୍ ଙ୍କୁ ଏକାଡେମୀ ର ପ୍ରଥମ ସଦସ୍ୟତା ରେ ସମ୍ମାନିତ କରାଯାଇଥିଲା ।
ସର୍ବ ପ୍ରଥମେ ଏକାଡେମୀ ପୁରସ୍କାର ସମାରୋହ ହଲିଉଡ୍ ରୁଜ୍ ଭେଲ୍ଟ ହୋଟେଲ ରେ ହୋଇଥିଲା । ମାର୍ଚ୍ଚ ୧୬ ୧୯୨୯ ରେ ହୋଟେଲ କେ ବ୍ଲସମ୍ ରେ ହୋଇଥିବା ଗୋଟିଏ ଭୋଜି ରେ ୨୭୦ ଜଣ ବ୍ୟକ୍ତି ସାମିଲ ହୋଇଥିଲେ । ଏହା ଗୋଟିଏ ପେଡ୍ ଇଭେଣ୍ଟ ଥିଲା , ଯେଉଁ ଟିକେଟ ର ମୂଲ୍ୟ ୫ଡ଼ଲାର ରହିଥିଲା । ୧୯୨୯ ରେ ଦିଆ ଯାଇଥିବା ଏହି ପୁରସ୍କାର ୧୯୨୭ ରୁ ୧୯୨୮ ମଧ୍ଯରେ ପ୍ରସ୍ତୁତ ଚଳଚ୍ଚିତ୍ର ପାଇଁ ୧୫ ଜଣଙ୍କୁ ପୁରସ୍କୃତ କରାଯାଇ ଥିଲା ।
ଯେଉଁ ଚଳଚ୍ଚିତ୍ର ଆମେରିକାର ୬ ଟି ମେଟ୍ରୋ ପଲିଟାନ୍ କ୍ଷେତ୍ର , ଲସ ଅଞ୍ଜେଲସ୍ , ନ୍ୟୁୟର୍କ , ସିକାଗୋ, ଇଲି ନୋୟସ , ମୀୟାମି , ଫ୍ଲୋରିଡା , ଆଟଲାନ୍ଟା , ଜର୍ଜିଆ ପ୍ରଭୃତି କୌଣସି ଗୋଟିଏ ସ୍ଥାନରେ କମର୍ସିଆଲ ସିନେମା ହଲ୍ ରେ ପ୍ରଦର୍ଶନ କରାଯାଇ ଥିବ ଓ ଚଳଚ୍ଚିତ୍ରଟି ୪୦ ମିନିଟ ରୁ ଉର୍ଦ୍ଧ୍ବ ସମୟର ହୋଇଥିବ ସେହି ଚଳଚ୍ଚିତ୍ର କୁ ଓସ୍କାର ପୁରସ୍କାର ରେ ପୁରସ୍କୃତ କରାଯାଇ ଥାଏ ।