Odisha news

ଅବସର ପ୍ରାପ୍ତ ଶିକ୍ଷକ ତଥା ସେବାୟତଙ୍କ ପରଲୋକ

0

କାକଟପୁର 11/3  କାକଟପୁର ମଙ୍ଗଳା ଙ୍କ ସେବାୟତ ତଥା ଅବସର ପ୍ରାପ୍ତ ଶିକ୍ଷକ ମନମୋହନ ଦୀକ୍ଷିତ (ମନୁସାରେ) 85 ଙ୍କର ଗତକାଲି ନିଜ ବାସ ଭଵନରେ ପରଲୋକ ହୋଇଯାଇଛି l  ସେ ଜଣେ ପରୋପକାରୀ, ମିଷ୍ଠ ଭାଷୀ, ଛାତ୍ର ବତ୍ସଳ ଥିଲେ l  ଶିକ୍ଷକ ଜୀବନ ଆରମ୍ଭ କରି ନିଜର  ଦାୟିତ୍ୱ ନିର୍ବାହ କରିବା ସହ  ବହୁ ଛାତ୍ର ଛତ୍ରୀ ଙ୍କୁ ଶିକ୍ଷା ଦାନ କରି ଉଚ୍ଚ ପଦବୀରେ ବସାଇବା ସେ ନିଜକୁ ଗର୍ବ ଅନୁଭବ କରିଥିଲେ l ପରେ ଅବସର ନେଇଥିଲେ l  ତାଙ୍କର ମୃତ୍ୟୁ ଖବର ପାଇବା ପରେ ସାରା କାକଟପୁର ଅଞ୍ଚଳର ସାଥି  ଶୁବେଛୁ ମାନେ ଘର ପାଖକୁ ଧାଇଁ ଆସିଥିଲେ l  ତାଙ୍କର ମର ଶରୀର କୁ ଏକ ଶୋଭାଯାତ୍ରା ରେ ଗାଁ ପରିକ୍ରମା କରି ନିଜ ଗାଁ ସ୍ମଶାନ ରେ ଦାହ କରାଯାଇଥିଲା l ପୁତ୍ର ସ୍ମୃତି ରଞ୍ଜନ (ସିଲୁ) ମୁଖାଗ୍ନି ଦେଇଥିଲେ  l  ପରିବାର, ବନ୍ଧୁବର୍ଗ, ସେବାୟତ ଭାଇ ମାନେ  ଯୋଗ ଦେଇଥିଲେ l

Nalco
Leave A Reply