ଠାକୁରମୁଣ୍ଡା -1/3 : ସର୍ବ ଶିରୋମଣି ମୁନି ସମାଜର ଏକ ସତସଙ୍ଗ ସଭା ୨୮ ତାରିଖରେ ଧୀରୋଳ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l ଯୋଗୀ ପର୍ଶୁରାମ ନାୟକଙ୍କ ଦ୍ୱାରା 2017 ମସିହାରେ ସ୍ଥାପିତ ଧୀରୋଳ ଗ୍ରାମର ଏହି ମୁନି ଆଶ୍ରମ ର ଆଧ୍ୟାତ୍ମିକ ସତସଙ୍ଗ ଏବେ ସପ୍ତମ ବର୍ଷରେ ପହଞ୍ଚିଛି l
ଯୋଗୀ ଗୌରାଙ୍ଗ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଧ୍ୟାତ୍ମିକ ସଭାରେ ମୁଖ୍ୟ ବକ୍ତା ଭାବରେ ମୁନି ଶ୍ୟାମସୁନ୍ଦର ଦାଶ, ଅତିଥି ଭାବେ ଯୋଗୀ ଖଗେଶ୍ୱର ମୁନି,ଇଣ୍ଟରନିଟି ଇଂରାଜୀ ପତ୍ରିକାର ସମ୍ପାଦକ ହରେକୃଷ୍ଣ ମହାନ୍ତ, ମୁନିମତି ପ୍ରତିଭା ମଞ୍ଜରୀ, ମୁନି ଲକ୍ଷ୍ମୀଧର ଗିରି, ମୁନିରାଜ କମଳ ଲୋଚନ ବେହେରା, ଯୋଗୀ ଚାରୁଚନ୍ଦ୍ର ନାୟକ, ଯୋଗୀ ରଘୁନାଥ ବେହେରା, ଯୋଗୀ ରତିକାନ୍ତ ବାରିକ, ମୁନିମତି ଭାନୁମତୀ ନାୟକ, ଯୋଗୀ ରଘୁନାଥ ମୁନି ଆଦି ଏହି ବାର୍ଷିକ ଆଧ୍ୟାତ୍ମିକ ସଭାରେ ଯୋଗଦେଇ ମୁନି ସମାଜର ଦର୍ଶନ ଓ ସଦଗୁରୁ ଶିବକୁମାର ଶାସ୍ତ୍ରୀଙ୍କର ଚକ୍ରଭେଦନ ଯୋଗ, ପ୍ରଣବ ଜପ, ସ୍ୱାଧ୍ୟାୟ, ଆତ୍ମଜ୍ଞାନ ହିଁ ଆଜିର ଦୁଃଖ ଓ ରୋଗଗ୍ରସ୍ତ ମାନବ ଜଗତରେ ଶାନ୍ତି, ଆନନ୍ଦ ଓ ଉତ୍ତମ ସ୍ୱାସ୍ଥ୍ୟ ଆଣି ଦେଇ ପାରେ ବୋଲି ବିଭିନ୍ନ ଦୃଷ୍ଟାନ୍ତ ଦେଇ ବୁଝାଇଥିଲେ l
ଉକ୍ତ ଆଧ୍ୟାତ୍ମିକ ସତସଙ୍ଗ ସଭାରେ ରମେଶ କାର୍ଜି, ମୁନି କୁମାରୀ କୁନି ପୂର୍ତ୍ତି ଆଧ୍ୟାତ୍ମିକ ଭଜନ ପରିବେଷଣ କରିଥିଲେ l ଅଧ୍ୟାପକ ଜନାର୍ଦନ ମୁନି ସଭା ପରିଚାଳନା କରିଥିଲେ l ଧୀରୋଳ ଗୃହସ୍ଥାଶ୍ରମ ରେ ଅନୁଷ୍ଠିତ ସତସଙ୍ଗ କାର୍ଯ୍ୟକ୍ରମର ଆୟୋଜକ ମୁନି ତପନ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ମୁନି ସମାଜର ସଂସ୍ଥାପକ ଆଦି ମୁନିଶ୍ୱର ଯୋଗେଶ୍ୱର ଶିବକୁମାର ଶାସ୍ତ୍ରୀଙ୍କର ଆଧ୍ୟାତ୍ମିକ ଜ୍ଞାନ ଓ ଅଷ୍ଟାଙ୍ଗ ଯୋଗକୁ ଗାଁ ଗାଁରେ ପ୍ରସାର କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ
